ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ହତ୍ୟାକାରୀକୁ ଧରିବାକୁ ପୁରୀ ବାହାରକୁ ଗଲା ଟିମ୍‌

0

ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା ମାମଲାରେ ପୁଲିସର ଛାନଭିନ। କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟାକାରୀଙ୍କୁ ଧରିବାକୁ ପୁରୀ ବାହାରକୁ ଗଲା ୪ ଜଣିଆ ଟିମ । ପୁରୀ ସମେତ ଭୁବନେଶ୍ୱର ଓ ଗଞ୍ଜାମରେ ପୁଲିସର ସ୍ୱତନ୍ତ୍ର ଟିମ ଚଢାଉ ଜାରି ରଖିଛି । । ମୋବାଇଲ ଟ୍ରାକିଂ କରି ପୁଲିସ ହତ୍ୟାକାରୀଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି । ଗତକାଲି ଏହି ମାମଲାରେ ପୁଲିସ ଜଣକୁ ଅଟକ ରଖିଥିଲା । ଅଟକ ଅଭିଯୁକ୍ତଠୁ ଅନେକ ପ୍ରମାଣ ମିଳିଛି । କିଛି ପ୍ରତ୍ୟକ୍ଷଦର୍ଶୀଙ୍କୁ ମଧ୍ୟ ପୁଲିସ ପଚରାଉଚରା କରୁଥିବା ବେଳେ ଏତଲାରେ ଥିବା ୬ ଜଣଙ୍କୁ ସ୍କାନରରେ ରଖିଛି ପୁଲିସ ।

ବୁଧବାର ବାରବାଟୀ ଆଖଡାଠାରେ କୃଷ୍ଣଚନ୍ଦ୍ରଙ୍କ ଅତି ପାଖରୁ ୨ ରାଉଣ୍ଡ ଗୁଳିଚାଳନା କରି ହତ୍ୟା କରିଥିଲେ ଦୁର୍ବୃତ୍ତ। ଗୁନ ସିଂହାରୀ ହତ୍ୟାକାଣ୍ଡ ସହ ଏହି ଗୁଳିମାଡ଼ର ଲିଙ୍କ ଥିବା ଅନୁମାନ କରାଯାଉଥିଲା ଆରମ୍ଭରୁ। କୃଷ୍ଣଚନ୍ଦ୍ରଙ୍କ ଭାଇଙ୍କ କହିବା ଅନୁସାରେ, କୃଷ୍ଣଚନ୍ଦ୍ରଙ୍କୁ ଗୁଳିମାଡ଼ ପରେ ସେ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଗୁଳି ଚାଳନା କରିଥିବା ଦୁର୍ବୃତ୍ତ ମାନେ ତାଙ୍କ ଭାଇଙ୍କୁ କହିଥିଲେ ଯେ, କାଳିଆ ସିଂହାରୀ ଓ ଦୋଳଗୋବିନ୍ଦଙ୍କ ଶପଥ ପୂରଣ ହୋଇଛି। କାଳିଆ ସିଂହାରୀ ହେଉଛି ଗୁନ ସିଂହାରୀର ଭାଇ ଓ ଦୋଳଗୋବିନ୍ଦ ହେଉଛି ଗୁନ ସିଂହାରୀର ପୁଅ । ଏକଥା କହିବା ପରେ ସେମାନେ ଘଟଣା ସ୍ଥଳରୁ ପଳାଇଥିଲେ । ସେମାନଙ୍କ ହାତରେ ବନ୍ଧୁକ ଥିବାରୁ ତାଙ୍କୁ କେହି କିଛି କହିବାକୁ ସାହାସ କରିନଥିଲେ ବୋଲି ସେ କହିଛନ୍ତି ।

୨୦୧୨ରେ ଶ୍ରୀମନ୍ଦିର ପୁଷ୍ପାଳକ ନିଯୋଗର ସମ୍ପାଦକ ଥିବା ଗୁଳନ ସିଂହାରୀଙ୍କୁ ହତ୍ୟା କରାଯାଇଥିଲା । ହତ୍ୟକାଣ୍ଡରେ କୃଷ୍ଣଚନ୍ଦ୍ର ପ୍ରତିହାରୀ ମୁଖ୍ୟ ଷଡଯନ୍ତ୍ରକାରୀ ଥିବା ନେଇ ସୂଚନା ଥିଲା । କୃଷ୍ଣଚନ୍ଦ୍ରଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା । ପରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ।

Leave A Reply

Your email address will not be published.