ପ୍ରମୁଖ ଖବର

ଆଇଏଏସ୍‌ ନିଖିଳ ପବନ କଲ୍ୟାଣ ଓଡ଼ିଶାର ନୂଆ ଜନଗଣନା ନିର୍ଦ୍ଦେଶକ
ଆଖି ବୁଜିଲା ନନ୍ଦନକାନନର ଧଳା ବାଘ ଶାବକ
ଜି-୭ ସମ୍ମିଳନୀରେ ସାମିଲ ନହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଠାବ
ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି
ବୌଦ୍ଧରୁ ୨ଟି ହାତୀଦାନ୍ତ ଜବତ, ଅଭିଯୁକ୍ତ ଶିକାରୀ ଗିରଫ

0

ପୁରୀ: ସେବାୟତ କୃଷ୍ଣଚନ୍ଦ ପ୍ରତିହାରୀ ହତ୍ୟାର ପର୍ଦ୍ଦାଫାଶ୍ ହୋଇଛି। ପ୍ରେସମିଟ୍‌ରେ ପୁରୀ ଏସପି କନୱର ବିଶାଲ ସିଂ ହତ୍ୟା ମାମଲାର ଖୁଲାସା କରିଛନ୍ତି। ହତ୍ୟା ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ୨ ଜଣ ଷଡଯନ୍ତ୍ରକାରୀ ଅଛନ୍ତି। ଦୋଳଗୋବିନ୍ଦ ଓ କାଳିଆ ସିଂହାରୀ ହେଉଛି ମୁଖ୍ୟ ଷଡଯନ୍ତ୍ରକାରୀ। ଯୋଜନାବଦ୍ଧ ଭାବେ କୃଷ୍ଣ ପ୍ରତିହାରୀଙ୍କୁ କରାଯାଇଛି ହତ୍ୟା କରାଯାଇଥିବା ଏସପି କହିଛନ୍ତି।

ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ଷଡଯନ୍ତ୍ର କରାଯାଇଥିବା ପ୍ରାରମ୍ଭିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ହତ୍ୟାକାଣ୍ଡ ସ୍ଥଳରେ ଉପସ୍ଥିତ ଥିବା ବାବା ମହାପାତ୍ରକୁ ଗିରଫ କରାଯାଇଛି। ହତ୍ୟାକାଣ୍ଡ ପାଇଁ ପିସ୍ତଲ ଯୋଗାଇଥିବା ମୁନା ପାତ୍ର ଗିରଫ। ହତ୍ୟାକାରୀଙ୍କୁ ଲୁଚାଇବାକୁ ସହାୟତା କରିଥିବା ସନ୍ଦୀପ ଜେନାକୁ ଗିରଫ କରାଯାଇଛି। କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା ପାଇଁ ପୁରୀର ଏକ ଲଜ୍‌ରେ ଯୋଜନା କରାଯାଇଥିଲା। ୨ ଜଣ ଷଡଯନ୍ତ୍ରକାରୀ ଲଜରେ ଯୋଜନା କରିଥିଲେ। ୧୬ ତାରିଖ ପୂର୍ବରୁ ମଧ୍ୟ ଥରେ ହତ୍ୟା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ। ପୂରା ମାମଲାରେ ମୋଟ ୯ ଜଣଙ୍କ ସମ୍ପୃକ୍ତି ରହିଛି। ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୩ ଜଣଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି। ସେହିଭଳି ଷଡଯନ୍ତ୍ରରେ ୩୦ ଲକ୍ଷର ଡିଲ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି।

ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି କ୍ରାଇମ୍ ସିନ୍ ରିକ୍ରିଏଟ ହେବ। ହତ୍ୟାକାଣ୍ଡ ପାଇଁ ୩୦ ଲକ୍ଷ ଟଙ୍କାର ସୁପାରୀ କାରବାର ହୋଇଥିଲା। ଏପରିକି ୨ ଲକ୍ଷ ଅଗ୍ରୀମ ଆକାରରେ ଦିଆଯାଇଥିଲା। ଗିରଫ କାଳୁଠାରୁ ଦେଢ ଲକ୍ଷ ଟଙ୍କା ଜବତ ହୋଇଛି। ଗତ ବୁଧବାର କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଦିନ ଦ୍ୱିପହରରେ ଗୁଳି କରିଥିଲେ
ଦୁର୍ବୃତ୍ତ। ଏହି ଗୁଳିକାଣ୍ଡ ପରେ ଦୋହଲିଯାଇଥିଲା ପୁରୀ। ଘଟଣାସ୍ଥଳରୁ ରକ୍ତ ଜୁଡୁବୁଡୁ କାଗଜ,ଚପଲ ଓ ୪ଟି ଖୋକା ଜବତ କରିଥିଲା ଫରେନସିକ ଟିମ୍। ୨୦୧୨ରେ ବହୁ ଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାକାଣ୍ଡ ମାମଲା ସହ ଏହି ହତ୍ୟାକାଣ୍ଡର ସଂପୃକ୍ତ ଥିବା ସନ୍ଦେହ କରାଯାଇଥିଲା।

Leave A Reply

Your email address will not be published.