ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ବଢିଲା ପେଟ୍ରୋଲ ଓ ଡିଜେଲ ଦର

0

ନିର୍ବାଚନ ପରେ ତେଲରେ ନିଆଁ । ବଢିଲା ପେଟ୍ରୋଲ ଓ ଡିଜେଲ ଦର । ୧୩୭ ଦିନ ପରେ ବୃଦ୍ଧି ପାଇଛି ତୈଳ ଦର । ଲିଟର ପିଛା ୮୦ ପଇସା ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ । ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି । ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ଅଶୋଧିତ ତୈଳ ଦର ବୃଦ୍ଧି ଓ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେତୁ ବିଶ୍ୱ ତୈଳ ମୂଲ୍ୟ ବୃଦ୍ଧି ହୋଇଛି । ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୧୩୭ ଦିନ ପରେ ବୃଦ୍ଧି ପାଇଛି । ଏହା ପୂର୍ବରୁ ନଭେମ୍ବର ୪ ତାରିଖରେ ଦେଶରେ ଇନ୍ଧନ ମୂଲ୍ୟ ବୃଦ୍ଧି ହୋଇଥିଲା । ଆଜି ସକାଳ ୬ରୁ ନୂଆ ଦର ଲାଗୁ କରାଯାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୫ ଓ ଡିଜେଲ ଲିଟର ପିଛା ୮୬ ପଇସା ବୃ୍‌ଦ୍ଧି ହୋଇଛି । ଦର ବୃଦ୍ଧି ପରେ ଡିଜେଲ ଲିଟର ପିଛା ୯୨ ଟଙ୍କା ୪୮ ପଇସା ରହିଛି । ପେଟ୍ରୋଲ ଲିଟର ୧୦୨ ଟଙ୍କା ୬୬ ପଇସା ରହିଛି । ଆସନ୍ତୁ ଜାଣିବା କେଉଁଠି କେତେ ରହିଛି ତୈଳ ଦର?
ଦିଲ୍ଲୀ ୯୬.୨୧ ୮୭.୪୭
ମୁମ୍ବାଇ ୧୧୦.୮୨ ୯୫.୦୦
ଚେନ୍ନାଇ ୧୦୨.୧୬ ୯୨.୧୯
କୋଲକାତା ୧୦୫.୫୧ ୯୦.୬୨

ରାଜ୍ୟ ସ୍ତରରେ ଯାନବାହାନ ଇନ୍ଧନରେ ଭାଟ୍ ଭିନ୍ନ ହେତୁ ବିଭିନ୍ନ ସହରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଭିନ୍ନ ରହିଥାଏ । ନଭେମ୍ବର ୩ରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ ଡ୍ୟୁଟି ହ୍ରାସ ପରେ ମୂଲ୍ୟ ସ୍ଥିର ରହିଥିଲା । ବିହାର, ରାଜସ୍ଥାନ,ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି ।

Leave A Reply

Your email address will not be published.