ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହେଉଛି । ଆଜି ପୁଣି ବଢିଛି ତୈଳ ଦର । ଗତ ୫ ଦିନ ଭିତରେ ୪ ଥର ତୈଳ ଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ମହଙ୍ଗା ହେଉଛି । ଗତ ୫ ଦିନରେ ପେଟ୍ରୋଲ ଓ ଡିଜେଲ ଦର ୩ ଟଙ୍କା ୨୦ ପଇସା ବୃଦ୍ଧି ହୋଇଛି । ମଧ୍ୟପ୍ରଦେଶ ବାଲାଘାଟରେ ପେଟ୍ରୋଲ ଦର ଲିଟର ପିଛା ୧୧୩ ଟଙ୍କା ଟପିଛି । ସେହିପରି ଡିଜେଲ ୯୬ ଟଙ୍କା ୩୦ ପଇସାରେ ବିକ୍ରି ହେଉଛି ।ଭୁବନେଶ୍ୱରରେ ପେଟ୍ରୋଲ ୮୫ ଓ ଡିଜେଲ ୮୪ ପଇସା ମହଙ୍ଗା ହୋଇଛି । ଆସନ୍ତୁ ନଜର ପକାଇବା କେଉଁଠି କେତେ ରହିଛି ତୈଳ ଦର?
ଦିଲ୍ଲୀ ୯୮.୬୧, ୮୯.୮୭
ମୁମ୍ବାଇ ୧୧୩.୩୫ , ୯୭.୫୫
କୋଲକାତା ୧୦୮.୦୨, ୯୩.୦୧
ଚେନ୍ନାଇ ୧୦୪.୪୩ , ୯୪.୪୭
ଗତ ନଭେମ୍ବର ମାସ ପରେ ତୈଳ ଦର ସ୍ଥିର ରହିଥିଲା । ଏହା ପରେ ଦେଶରେ ମାର୍ଚ୍ଚ ୨୨ରେ ପେଟ୍ରୋଲ ଓ ଡିଜେଲ ଦର ୮୦ ପଇସା ପ୍ରତି ଲିଟର ବୃଦ୍ଧି ହୋଇଥିଲା । ସେବେଠୁ ୫ ଦିନରେ ୪ ଥର ବଢିଚାଲିଛି ତୈଳ ଦର ।
ପ୍ରମୁଖ ଖବର
ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ