ପ୍ରମୁଖ ଖବର

ଅଣ ସେବାୟତଙ୍କୁ ରଥ ଉପର ମନା, ଚଢ଼ିଲେ ହେବେ ଗିରଫ
ଡିଏନଏରୁ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ
ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ : ଜି-୭ ସମ୍ମିଳନୀରେ ଦେବେ ଯୋଗ
ଭୁଶୁଡିଲା ଇନ୍ଦ୍ରାୟଣୀ ନଦୀର ବ୍ରିଜ୍‌, ଭାସିଗଲେ ୨୦ ପର୍ଯ୍ୟଟକ
କେବଳ ଯାତ୍ରୀ ନୁହେଁ ମେଡ଼ିକାଲ ଛାତ୍ରଙ୍କ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କଲା ଟାଟା ଗ୍ରୁପ
କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ୭ ମୃତ

କିଏ ହେବେ ମେୟର ?ପ୍ରଥମ ମହିଳା ମେୟର ପାଇବେ ଭୁବନେଶ୍ୱର ଓ ବ୍ରହ୍ମପୁରବାସୀ

0

ଆଜି ଆସିବ ପୌର ଫଳାଫଳ । ତିନି ମହାନଗର ନିଗମ ଭୁବନେଶ୍ୱର,କଟକ,ବ୍ରହ୍ମପୁରରେ କିଏ ପିନ୍ଧିବ ମେୟର ମୁକୁଟ ତା ଉପରେ ସମସ୍ତଙ୍କ ନଜର ରହିଛି । ପ୍ରଥମ ଥର ପାଇଁ ଭୁବନେଶ୍ୱର ଓ ବ୍ରହ୍ମପୁରବାସୀ ପାଇଁ ମହିଳା ମେୟର । ମୈଦାନରେ ଅଛନ୍ତି ୧୨ ମେୟର ପ୍ରାର୍ଥୀ ଓ ୨୯୧ କର୍ପୋରେଟର ପ୍ରାର୍ଥୀ । ସମସ୍ତଙ୍କୁ ମିଶାଇ ୩୦୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଜନତା ଜନାର୍ଦ୍ଦନ । ଏହା ସହ ୪୭ ମ୍ୟୁନିସିପାଲ ଓ ୫୯ଟି ଏନଏସି ସହ ମୋଟ ୧୦୬ ପୌର ପରିଷଦର ଆସିବ ରେଜଲ୍ଟ । ୬ ହଜାର ୪୧୧ ପ୍ରାର୍ଥୀଙ୍କ ଉପରେ ଜନାଦେଶ କଣ ରହିଛି ତା ଭୋଟ ଗଣତି ପରେ ଜଣାପଡିବ ।

ଭୋଟ ଗଣତି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ସକାଳ ୮ରୁ ଭୋଟ ଗଣତି ଆରମ୍ଭ ହୋଇସାରିଛି ।ମେୟର ଓ ୬୭ଟି ୱାର୍ଡର କର୍ପୋରେଟର ପ୍ରାର୍ଥୀଙ୍କ ଭୋଟ ଗଣତି ପାଇଁ ୨୪ଟି ଟେବୁଲ କରାଯାଇଛି । ୨ଟି ଯାକ ଅଲଗା ଅଲଗା ଗଣତି କରାଯାଉଛି । ପ୍ରତି ରାଉଣ୍ଡ ପରେ ଫଳାଫଳ ଘୋଷଣା କରାଯିବ । ତେବେ ଗତଥର ଅପେକ୍ଷା ଚଳିଥର ଭଲ ମତଦାନ ହୋଇଛି । ମୋଟ ୬୫ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଗତ ପୌର ନିର୍ବାଚନରେ ୬୦. ୯୩ ପ୍ରତିଶତ ମତଦାନ ହୋଇଥିଲା । ତେବେ ବିଏମସିରେ ମାତ୍ର ୪୩ ପ୍ରତିଶତ ମତଦାନ ହୋଇଛି । ଭୁବନେଶ୍ୱରରେ ରହୁଥିବା ୭ ଲକ୍ଷ ୨୫ ହଜାର ୭୬୫ ଜଣ ଭୋଟରଙ୍କ ମଧ୍ୟରୁ ଭୋଟ ଦାନ କରିଛନ୍ତି ମାତ୍ର ୩ ଲକ୍ଷ ୧୪ ହଜାର ୨୬୮ ଜଣ ।

Leave A Reply

Your email address will not be published.