ପ୍ରମୁଖ ଖବର

ପୁରୀ ହୋଟେଲ୍‌ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ସ୍ୱାଧୀନତା ଦିବସ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ପେଶାଲ ଟ୍ରେନ୍
ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ବୈଷୟିକ କମିଟି ଗଠନ ହେବ: ନଗର ଉନ୍ନୟନ ମନ୍ତ୍ରୀ
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୧୦ ମୃତ୍ୟୁ ସନ୍ଦେହ
ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ

ବ୍ରହ୍ମପୁରରେ ନିର୍ବାଚନୀ ହିଂସା, ରାତି ଅଧରେ ଘର ଉପରୁ ଟେକା ପଥର ମାଡ଼

0

ବ୍ରହ୍ମପୁରରେ ଦେଖିବାକୁ ମିଳିଛି ନିର୍ବାଚନୀ ପରବର୍ତ୍ତୀ ହିଂସା । ଗଞ୍ଜାମ ଗୋଷାଣୀ ନୂଆ ଗାଁ ଅନ୍ତର୍ଗତ ବ୍ରିଟ କଲୋନୀରେ ହିଂସା ଦେଖିବାକୁ ମିଳିଛି । ପରାଜିତ ପ୍ରାର୍ଥୀଙ୍କ ଘର ଆଗରେ ରାତି ଅଧରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଛନ୍ତି । ପରାଜିତ ପ୍ରାର୍ଥୀଙ୍କ ଘର ଉପରକୁ ଟେକା ପଥର ମାଡ଼ କରିବା ସହ ବାଇକ ଭାଙ୍ଗି ଚୁରମାର କରିଦେଇଛନ୍ତି ।

ସୂଚନା ଅନୁସାରେ, ପୂର୍ବତନ କର୍ପୋରେଟର ତଥର ୧ ନମ୍ବର ୱାର୍ଡର ସ୍ୱାଧୀନ ପ୍ରାର୍ଥୀ ବିରେନ ପଟ୍ଟନାୟକ ଓ ତାଙ୍କ ପତ୍ନୀ ତଥା ୧୪ ନମ୍ବର ୱାର୍ଡର ବିଜେପି ପ୍ରାର୍ଥୀ ସସ୍ମିତା ଦାସ ଏଥର ନିର୍ବାଚନ ଲଢୁଥିଲେ । ହେଲେ ଉଭୟ ନିର୍ବାଚନରେ ପରାଜିତ ହୋଇଥିଲେ । ଏହା ପରେ ମଧ୍ୟ ରାତ୍ରିରେ ସେମାନେ ଘରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଆସି ତାଙ୍କ ଘର ଉପରକୁ ଟେକା ପଥର ମାଡ଼ କରିଥିଲେ । ଅସଭ୍ୟ ଭାଷାରେ ଗାଳି ଗୁଲଜ ବି କରିଥିଲେ । ଏହା ପରେ ବିରେନଙ୍କ ବାଇକକୁ ବାଡେଇ ଭାଙ୍ଗିଦେଇଥିଲେ । ବିରେନ ଏସବୁ ଦୃଶ୍ୟ ନିଜ ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ । ପୁଲିସକୁ ବି ଏନେଇ ଖବର ଦେଇଥିଲେ । ବ୍ରହ୍ମପୁର ମହାନଗର ନିଗମରେ ବିରେନଙ୍କୁ ଦଳୀୟ ଟିକେଟ ନମିଳିବା ପରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ । ଏହାକୁ ନେଇ କିଛି ନିଦ୍ଦିଷ୍ଟ ରାଜନୈତିକ ଦଳର ଅସନ୍ତୁଷ୍ଟ ଥିଲେ ।

Leave A Reply

Your email address will not be published.