ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ନିଟ୍‌ ପରୀକ୍ଷାରେ ବିଫଳ ପରେ ଛାତ୍ରୀଙ୍କ ଆତ୍ମହତ୍ୟା
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ଶର୍ମିଷ୍ଠା-ଝୁନାଙ୍କୁ ମହାଁମୁହିଁ ଜେରା

0

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ଆଜି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନାଙ୍କୁ ମୁହାଁମୁହିଁ ଜେରା କରାଯାଇଛି । ଆଜିଠୁ ଉଭୟଙ୍କୁ ୩ ଦିନ ରିମାଣ୍ଡରେ ନିଆଯାଇଥିବା ବେଳେ ମିଳିତ ଭାବେ ଜେରା କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଉଭୟଙ୍କୁ ଗୁଡାଇତୁଡାଇ ମୁହାଁମୁହି ବସାଇ ପ୍ରଶ୍ନ କରାଯାଇଛି । ମେମୋରି ଚିପ୍ ଓ ଡାଏରୀକୁ ନେଇ ପ୍ରଶ୍ନ କରାଯାଇଛି । କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ ପକ୍ଷର ପଚରାଉଚରା କରାଯାଉଛି । ତଦନ୍ତରେ ସହଯୋଗ କରୁଛନ୍ତି ଶର୍ମିଷ୍ଠା ଓ ଝୁନା ।

ଆସନ୍ତାକାଲି ଜେରା ସମ୍ପର୍କରେ ଗଣମାଧ୍ୟରେ ସୂଚନା ଦିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ମାନସ ସ୍ୱାଇଁ ହତ୍ୟା ମାମଲାରେ ପ୍ରଥମେ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଥିଲା କ୍ରାଇମବ୍ରାଞ୍ଚ । ୫ ଦିନିଆ ରିମାଣ୍ଡରେ ଆଣି କିପରି ଅପହରଣ ଓ ହତ୍ୟା କରାଯାଇଥିଲା ସେ ସମସ୍ତ ସିନର ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ । ତେବେ ଅନେକ ରହସ୍ୟ ଉପରୁ ପରଦା ଉଠିପାରିନଥିବା ବେଳେ ପୁଣି ଥରେ ଶର୍ମିଷ୍ଠା ଓ ଝୁନାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ଆଜିଠୁ ୩ ଦିନିଆ ରିମାଣ୍ଡରେ ଉଭୟଙ୍କୁ ନେଇ ପଚରାଉଚରା କରାଯାଉଛି ।

Leave A Reply

Your email address will not be published.