ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ହୀରକୁଦକୁ ୬୦୦ କୋଟି

0

ସଂସଦରେ ହୀରାକୁଦ ନଦୀବନ୍ଧ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ
ନୂଆଦିଲ୍ଲୀ: ସ୍ୱାଧୀନତା ପରେ ପରେ ବନ୍ୟା ରୁ ରାଜ୍ୟବାସୀ ଙ୍କୁ ସୁରକ୍ଷା ଦେବା ସଙ୍ଗେ ସଙ୍ଗେ ବିଜୁଳି ଉତ୍ପାଦନ, ଜଳସେଚନ ଓ ପାନୀୟଜଳ ଯୋଗାଣ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ କୁ ଧ୍ୟାନରେ ରଖି ହୀରାକୁଦ ଠାରେ ମହାନଦୀ ଉପରେ ନିର୍ମାଣ କରାଯାଇଥିଲା ଏଇତିହାସିକ ହୀରାକୁଦ ନଦୀବନ୍ଧ । କିନ୍ତୁ ନିର୍ମାଣର ସାତ ଦଶନ୍ଧି ପରେ ମଧ୍ୟ ଯୋଜନା ବର୍ତମାନ ନିଜର ମୂଳ ଲକ୍ଷରୁ ବହୁ ଦୂରରେ । ରାଜ୍ୟ ରେ ଶାସନ କରିଆସିଥିବା ଭିନ୍ନ ଭିନ୍ନ ସରକାର ଙ୍କର ଅବହେଳା ଯୋଗୁଁ ସେଇ ଆଶୀର୍ବାଦ ଏବେ ଅଭିଶାପ ରେ ପଲଟିବାକୁ ବସିଲାଣି ।
ଆଜି ସଂସଦ ରେ ଡ୍ୟାମ ସୁରକ୍ଷା ବିଲ – ୨୦୧୯ ଆଲୋଚନା ରେ ଭାଗ ନେଇ ହୀରାକୁଦ ନଦୀବନ୍ଧ ର ବିଭିନ୍ନ ସମସ୍ୟା ଏବଂ ସେଗୁଡିକର ଶୀଘ୍ର ଓ ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ବରଗଡ଼ ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀ । ଶ୍ରୀଯୁକ୍ତ ପୂଜାରୀ ଭାଗ ନେଇ ତାଙ୍କର ବକ୍ତବ୍ୟ ରେ କହିଛନ୍ତି ଯେ ହୀରାକୁଦ ନଦୀବନ୍ଧ ନିର୍ମାଣ ର ୭୦ ବର୍ଷ ପରେ ମଧ୍ୟ ବିସ୍ଥାପିତ ହୋଇଥିବା ପଚିଶ ହଜାର ରୁ ଉର୍ଦ୍ଧ୍ବ ପରିବାର ଙ୍କୁ ଉଚିତ ନ୍ୟାୟ ଓ କ୍ଷତିପୂରଣ ପ୍ରାପ୍ୟ ଏଯାଏଁ ମିଳି ପାରି ନାହିଁ । ଯେଉଁ ପିଢ଼ି ବିସ୍ଥାପିତ ହୋଇଥିଲେ ତାଙ୍କର ତୃତୀୟ ପିଢ଼ି ମଧ୍ୟ ଆଜି ପର୍ଯ୍ୟନ୍ତ ସେଇ ବିସ୍ଥାପନ ର କଷ୍ଟ ଭୋଗୁଛନ୍ତି । ଠିକ ସମୟରେ ମରାମତି ଓ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ବନ୍ଧରେ ବଡ଼ ବଡ଼ ଫାଟ ସବୁ ଦେଖାଗଲାଣି । ବନ୍ଧ ଟି ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପରେ ଅସୁରକ୍ଷିତ, କୌଣସି ସମୟରେ ଭୁଶୁଡି ପଡିବାର ସମ୍ଭାବନା ଦେଖାଦେଲାଣି । ଅଞ୍ଚଳବାସୀ ସେଥିପାଇଁ ସବୁବେଳେ ଭୟଭୀତ । ହୀରାକୁଦ ଜଳଭଣ୍ଡାରର ଚତୁର୍ପର୍ଶ୍ଵରେ ଗଢି ଉଠିଥିବା ସମସ୍ତ ଛୋଟ ବଡ କଳକାରଖାନା ଜଳଭଣ୍ଡାର ରୁ ଜଳ ନେଉଛନ୍ତି ଓ କାରଖାନା ଗୁଡିକରୁ ନିଷ୍କାସିତ ସମସ୍ତ ଦୂଷିତପାଣି ଓ ବର୍ଜ୍ୟବସ୍ତୁ ପୁଣି ଆସି ଜଳଭଣ୍ଡାର ରେ ମିଶୁଛି । ଯାହାଫଳରେ ଜଳ କେବଳ ଦୂଷିତ ହେଉଛି ତାହା ନୁହେଁ, କାରଖାନାର କ୍ୟାମିକାଲ ମିଶା ଦୂଷିତ ପାଣି ଯୋଗୁଁ ବିଷାକ୍ତ ହୋଇଗଲାଣି । ଯାହା ଫଳରେ ଲୋକେ କ୍ୟାନ୍ସର ଭଳି ଗୁରୁତର ରୋଗର ଶିକାର ହେଉଛନ୍ତି । ଜଳଭଣ୍ଡାର ରେ ବର୍ତ୍ତମାନ ୩୫% ରୁ ଅଧିକ ଭାଗ ପଟୁ ମାଟିରେ ଭର୍ତ୍ତି ହୋଇଗଲାଣି । ଯାହା ଫଳରେ ଜଳଭଣ୍ଡାର ର ଜଳଧାରଣ କ୍ଷମତା ଦିନକୁ ଦିନ ହ୍ରାସ ପାଉଛି । ତା ସଙ୍ଗେ ସଙ୍ଗେ ବନ୍ଧ ଉପରେ ଅତ୍ୟଧିକ ଚାପ ସୃଷ୍ଟି ହେଉଛି । ଏଣୁ ବିଭାଗୀୟ ମନ୍ତ୍ରୀ ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ ଓ ରାଜ୍ୟ ସରକାର ଙ୍କୁ ଏହି ସମସ୍ତ ସମସ୍ୟା ର ଶୀଘ୍ର ଓ ସ୍ଥାୟୀ ସମାଧାନ ପାଇଁ ନିର୍ଦେଶ ଦିଅନ୍ତୁ ।
ଶ୍ରୀଯୁକ୍ତ ପୂଜାରୀଙ୍କ ପ୍ରସଙ୍ଗ ର ଉତ୍ତର ରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ହୀରାକୁଦ ନଦୀବନ୍ଧ ର ପୁନରୁଦ୍ଧାର ମରାମତି ଓ ପୁରୁଣା ଗେଟ ଗୁଡିକର ମରାମତି ପାଇଁ ୬୦୦ କୋଟି ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି ବୋଲି ବିଜେପିର କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.