ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ମୋଦୀଙ୍କ କୋଭିଡ୍ ସମୀକ୍ଷା

0

କରୋନା ସ୍ଥିତି ନେଇ ଭର୍ଚ୍ଚୁଆଲ ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି, ଟିକାକରଣ କରୋନା ମୁକାବିଲା ପାଇଁ ବଡ ଅସ୍ତ୍ର। ବର୍ତ୍ତମାନ କିଛି ରାଜ୍ୟରେ ସଂକ୍ରମଣ ବଢୁଛି । ତେଣୁ ଆମକୁ ସତର୍କ ରହିବାକୁ ପଡିବ। କରୋନାରୁ ନୂଆ ଭାରିଆଣ୍ଟ ଏବେ ୟୁରୋପରେ ବଢିଚାଲିଛି । ତେବେ ଭାରତରେ ଏହି ସ୍ଥିତି ନିୟନ୍ତ୍ରଣ ରହିଛି ।

ତଥାପି ଆମକୁ ସଜାଗ ରହିବାକୁ ପଡିବ । ଦୁଇବର୍ଷ ମଧ୍ୟରେ କରୋନାରେ ଯେଉଁ ଳହର ଆସିଛି ସେଥିରୁ ବହୁତ କିଛି ଶିଖିବାକୁ ପଡିଛି । ବର୍ତ୍ତମାନ କରୋନା ସଂକ୍ରମଣ ବଢୁଥିବାରୁ ଟିକାକରଣକୁ ପ୍ରାଥମିକତା ଦେବା ଦରକାର । ବର୍ତ୍ତମାନ ଛୋଟ ପିଲାଙ୍କୁ ବି ଟିକା ଦିଆଯାଉଛି । ଏ ନେଇ ସମସ୍ତ ସ୍କୁଲରେ ଅଭିଯାନ ଆରମ୍ଭ ହେବା ଦରକାର । ଶିକ୍ଷକ ଓ ଅଭିଭାବକଙ୍କୁ ମଧ୍ୟ ଏ ନେଇ ପ୍ରସ୍ତୁତ ରହିବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସର୍ବସାଧାରଣ ସ୍ଥାନରେ କୋଭିଡ-ଉପଯୁକ୍ତ ଆଚରଣ ନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିବା ସହିତ ପ୍ରତ୍ୟେକ ଯୋଗ୍ୟ ଶିଶୁଙ୍କୁ ଶୀଘ୍ର ଟିକା ଦେବା ଆମର ପ୍ରାଥମିକତା ଅଟେ।

ଏହି ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ, ଛତିଶଗଡର ଭୁପେଶ ବାଗେଲ ଏବଂ ପଞ୍ଜାବର ଭଗବନ୍ତ ମନ ସମେତ ଅନେକ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ।

Leave A Reply

Your email address will not be published.