ପ୍ରମୁଖ ଖବର

ୟୁଜିସି-ନେଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ: ଏବେ ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ରବିବାର ପରିବର୍ତ୍ତେ ଜୁନ ୧୮ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ
ୟୁଜିସି ମୁଖ୍ୟ ଜଗଦୀଶ କୁମାର ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି
ଇସ୍ତଫା ଦେବା ଖବରକୁ ନୀତେଶ ଗଙ୍ଗଦେବଙ୍କ ଖଣ୍ଡନ, ଫେସବୁକ୍ ଆଇଡି ହ୍ୟାକ୍ ହେଇଥିବା ନେଇ ଦେଲେ ସୂଚନା
୧୦% କର୍ମଚାରୀଙ୍କୁ ଛଟେଇ କରିବ ଓଲା, ଇସ୍ତଫା ଦେଲେ ସିଇଓ ହେମନ୍ତ ବକ୍ସି
ଆସନ୍ତାକାଲି ହିଞ୍ଜିଳି ଏବଂ ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
୪୪.୮ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର, ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ଲହରୀ

ଚଳିତ ବର୍ଷ ରଥଯାତ୍ରାରେ ସାମିଲ ହେବେ ଭକ୍ତ

0

ପୁରୀ :  ୨ ବର୍ଷର କୋଭିଡ୍‌ କଟକଣା ପରେ ଭକ୍ତଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ରଥଯାତ୍ରାରେ ଭକ୍ତଙ୍କୁ ଅନୁମତି ମିଳିଛି । ୨ ବର୍ଷର କୋଭିଡ କଟକଣା ପରେ ବଡ ଦାଣ୍ଡକୁ ଯାଇ ଘୋଷଯାତ୍ରା ଦେଖିପାରିବେ ଭକ୍ତ । ଏ ନେଇ ରଥ ସମନ୍ବୟ କମିଟି ବୈଠକରେ ଆଲୋଚନା ହୋଇଛି । ରଥ ସମନ୍ବୟ ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏ ନେଇ ସୂଚନା ଦେଇଛନ୍ତି ।

ରଥ ସମନ୍ବୟ ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଚଳିତ ବର୍ଷ ରଥଯାତ୍ରା ସୁରୁଖୁରରେ ହେବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ୨ ବର୍ଷ ହେଲା କଟକଣା ଯୋଗୁଁ ଭକ୍ତଙ୍କୁ ବଡଦାଣ୍ଡ ମନା ଥିଲା । କିନ୍ତୁ ଚଳିତ ବର୍ଷ ଭକ୍ତଙ୍କୁ ଅନୁମତି ଦିଆଯିବା ନେଇ ସମନ୍ବୟ କମିଟି ବୈଠକରେ ଆଲୋଚନା ହୋଇଛି । ଚଳିତ ବର୍ଷ ରଥଯାତ୍ରାରେ ଦୁଇ ଗୁଣା ଭକ୍ତଙ୍କ ସମାଗମ ହେବାନେଇ ଅନୁମାନ କରାଯାଉଛି । ସେଥିପାଇଁ ପୂର୍ବ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି।

ଜିଲ୍ଲାପାଳ କହିଛନ୍ତି, ସ୍ନାନ ପୂର୍ଣ୍ଣିମା ଏବଂ ଘୋଷଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପୁରାପୁରି ଭାବେ ପ୍ରସ୍ତୁତି କରାଯିବ । ଏହା ସହିତ କୋଭିଡ୍‌ ସ୍ଥିତିକୁ ଦେଖି ପ୍ରସ୍ତୁତ କରାଯିବ ରୋଡ ମ୍ୟାପ୍‌ । ବରିଷ୍ଠ ଅଧିକାରୀ ଏବଂ ସେବାୟତଙ୍କ ସହ ବିଭିନ୍ନ ସମୟରେ ଆଲୋଚନା କରାଯିବ । ଯାହା କିଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବାର ଆବଶ୍ୟକତା ସେହିଭଳି ପୂର୍ବ ପ୍ରସ୍ତୁତି କରିବାକୁ ହେବ। ଦେଢରୁ ଦୁଇ ଗୁଣା ଅର୍ଥାତ ପାଖାପାଖି ୧୨ରୁ ୧୫ ଲକ୍ଷ ଭକ୍ତ ଏଥର ଘୋଷଯାତ୍ରାରେ ସାମିଲ ହୋଇପାରନ୍ତି । ତେଣୁ ଏତେ ସଂଖ୍ୟକ ଭକ୍ତ ଗହଳିକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି ପୁରୀ ପ୍ରଶାସନ । ରଥଯାତ୍ରା ସମୟରେ କେବଳ ଦୁଇଟି ଡୋଜ ଟିକା ଓ ବୁଷ୍ଟର ଡୋଜ ନେଇଥିବା ଲୋକେ ପୁରୀ ଆସିବାକୁ ଆହ୍ୱାନ ଦେଇଛି ପୁରୀ ପ୍ରଶାସନ ।

Leave A Reply

Your email address will not be published.