ପ୍ରମୁଖ ଖବର

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା
ଆସନ୍ତା ୨୪ରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଜୟପୁର ବିଧାନସଭା ଲାଗି ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି
ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ

ଭିଜିଲାନ୍ସ ଜାଲରେ ପ୍ରାଣୀଧନ ନିରୀକ୍ଷକ

0

ଭୁବନେଶ୍ବର: କୋଟିପତି ପ୍ରାଣୀଧନ ନିରୀକ୍ଷକ ଘରେ ଭିଜିଲାନ୍ସ ଚଢ଼ାଉ। ଭୁବନେଶ୍ୱର ରଘୁନାଥପୁରର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ପାଖାପାଖି ୧୦ କୋଟି ଟଙ୍କାର ସମ୍ପତ୍ତି ଠାବ କଲାଣି ଭିଜିଲାନ୍ସ । ଚଢାଉ ବେଳେ ଅଧ କେଜି ସୁନା, ୨୫୦ ଗ୍ରାମର ରୂପା ଓ ୧୦ ଗ୍ରାମରୁ ଅଧିକ ହୀରା ଜବତ ହୋଇଥିବା ସୂଚନା ମିଳିଛି ।

ଜଗନ୍ନାଥ ରାଉତଙ୍କ ରଘୁନାଥପୁରରେ ଥିବା ରୟାଲ ଲାଗୁନ ଆପାର୍ଟମେଂଟରେ ଥିବା ଘର, ରଘୁନାଥପୁର ଗାଁରେ ଥିବା ଦୁଇଟି ତିନି ମହଲା ଘର, ଅନ୍ୟ ଏକ ଦୁଇ ମହଲା ଘର, ଗାଁ ପୋଖରୀ ନିକଟରେ ଥିବା ଏକ ମହଲା କୋଠାରେ ଚଢାଉ କରାଯାଉଛି । ଗ୍ରୀନ୍ ଆପାର୍ଟମେଂଟରେ ଥିବା ଫ୍ଲାଟ, ଭୁବନେଶ୍ୱର କଳାରାହାଙ୍ଗରେ ଥିବା ଅଫିସ ରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଉଛି । ଚଢାଉରେ ୫ ଜଣ ଡିଏସ୍ପି, ୧୦ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।

ସେହିପରି କଳାରାହାଙ୍ଗ ସ୍ଥିତ ପଶୁ  ଚିକିତ୍ସା କାର୍ଯ୍ୟାଳୟ, ରଘୁନାଥପୁରର ରୟାଲଆର୍କେଡର ୪୦୧ ନମ୍ବର ଫ୍ଲାଟ ଓ କଟକ ଜିଲ୍ଲା ବାଙ୍କୀର ଚାରିଘରିଆରେ ଥିବା ଗୋଟିଏ ଆଉଟ୍ ହାଉସରେ ଚଢ଼ଉ ଚାଲିଛି। ତେବେ ବର୍ତ୍ତମାନ ଯାଏ ତାଙ୍କର କେତେ ସଂପତ୍ତି ରହିଛି, ତାହାର ଆକଳନ କରାଯାଇନାହିଁ।

Leave A Reply

Your email address will not be published.