ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଭିଜିଲାନ୍ସ ଜାଲରେ ପ୍ରାଣୀଧନ ନିରୀକ୍ଷକ

0

ଭୁବନେଶ୍ବର: କୋଟିପତି ପ୍ରାଣୀଧନ ନିରୀକ୍ଷକ ଘରେ ଭିଜିଲାନ୍ସ ଚଢ଼ାଉ। ଭୁବନେଶ୍ୱର ରଘୁନାଥପୁରର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ପାଖାପାଖି ୧୦ କୋଟି ଟଙ୍କାର ସମ୍ପତ୍ତି ଠାବ କଲାଣି ଭିଜିଲାନ୍ସ । ଚଢାଉ ବେଳେ ଅଧ କେଜି ସୁନା, ୨୫୦ ଗ୍ରାମର ରୂପା ଓ ୧୦ ଗ୍ରାମରୁ ଅଧିକ ହୀରା ଜବତ ହୋଇଥିବା ସୂଚନା ମିଳିଛି ।

ଜଗନ୍ନାଥ ରାଉତଙ୍କ ରଘୁନାଥପୁରରେ ଥିବା ରୟାଲ ଲାଗୁନ ଆପାର୍ଟମେଂଟରେ ଥିବା ଘର, ରଘୁନାଥପୁର ଗାଁରେ ଥିବା ଦୁଇଟି ତିନି ମହଲା ଘର, ଅନ୍ୟ ଏକ ଦୁଇ ମହଲା ଘର, ଗାଁ ପୋଖରୀ ନିକଟରେ ଥିବା ଏକ ମହଲା କୋଠାରେ ଚଢାଉ କରାଯାଉଛି । ଗ୍ରୀନ୍ ଆପାର୍ଟମେଂଟରେ ଥିବା ଫ୍ଲାଟ, ଭୁବନେଶ୍ୱର କଳାରାହାଙ୍ଗରେ ଥିବା ଅଫିସ ରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଉଛି । ଚଢାଉରେ ୫ ଜଣ ଡିଏସ୍ପି, ୧୦ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।

ସେହିପରି କଳାରାହାଙ୍ଗ ସ୍ଥିତ ପଶୁ  ଚିକିତ୍ସା କାର୍ଯ୍ୟାଳୟ, ରଘୁନାଥପୁରର ରୟାଲଆର୍କେଡର ୪୦୧ ନମ୍ବର ଫ୍ଲାଟ ଓ କଟକ ଜିଲ୍ଲା ବାଙ୍କୀର ଚାରିଘରିଆରେ ଥିବା ଗୋଟିଏ ଆଉଟ୍ ହାଉସରେ ଚଢ଼ଉ ଚାଲିଛି। ତେବେ ବର୍ତ୍ତମାନ ଯାଏ ତାଙ୍କର କେତେ ସଂପତ୍ତି ରହିଛି, ତାହାର ଆକଳନ କରାଯାଇନାହିଁ।

Leave A Reply

Your email address will not be published.