ପ୍ରମୁଖ ଖବର

ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର ।
ଚଳିତ ମାସ ଶେଷ ସୁଦ୍ଧା ଯୋଡି ହେବ ଆଉ ୧୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ମହାପ୍ରଭୁଙ୍କ ଅଧୀନକୁ ଆସିବ ଏମାର ମଠର ରୁପା ଇଟା
କୁହୁଡି ଯୋଗୁ ୩ ମାସ ପାଇଁ ବାତିଲ ହେଲା ୨୪ ଟ୍ରେନ
ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଜଣେ ମୃତ ଓ ୫ଗୁରୁତର

ଏସସିବିରେ ଆରମ୍ଭ ହେଲା ଅନ୍‌ଲାଇନ୍ ସ୍ଲଟ୍ ବୁକିଂ ବ୍ୟବସ୍ଥା

0

କଟକ: ଆଜିଠାରୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ବର୍ହିବିଭାଗ ପାଇଁ ଅନ୍‌ଲାଇନ୍‌ ସ୍ଲଟ୍‌ ବୁକିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି। କଟକ ଏସସିବି ମେଡିକାଲର ପ୍ରିନ୍ସିପାଲ ପ୍ରଶନଜିତ ମହାନ୍ତିଙ୍କ ଦ୍ଵାରା ଏହି ଅନଲାଇନ୍ ସେବା ଆରମ୍ଭ ହୋଇଛି। www.eswasthya.odisha.gov.in ପୋର୍ଟାଲକୁ ଯାଇ ରୋଗୀମାନେ ଅନ୍‌ଲାଇନ୍‌ ମାଧ୍ୟମରେ ଓପିଡି ଟିକେଟ୍‌ ରେଜିଷ୍ଟ୍ରେସନ୍‌ର ସୁବିଧା ପାଇପାରିବେ। ଘରେ ବସି ଯେକୌଣସି ବିଭାଗର ଡାକ୍ତରଙ୍କୁ ଦେଖାଇବା ପାଇଁ ପଞ୍ଜିକରଣ କରିପାରିବେ।

ତେବେ ପୋର୍ଟାଲରେ ପଞ୍ଜିକରଣ କରି ପ୍ରିଣ୍ଟ ଆଉଟ୍ ବାହାର କରି ନଥିଲେ ସେମାନେ କାଉଣ୍ଟରକୁ ଆସି ହାର୍ଡ କପି ନେଇପାରିବେ। ଏସସିବିରେ ଏବେ ମୋଟ ୨୦ଟି ଅଫ୍‌ଲାଇନ ଓପିଡ଼ି କାଉଣ୍ଟର ରହିଛି। ଏଠାରେ ଦୈନିକ ୭ ରୁ ୮ ହଜାର ଅଫ୍‌ଲାଇନ ଟିକେଟ୍ କଟାଯାଏ। ଦୈନିକ ପ୍ରତି କାଉଣ୍ଟରରେ ହାରାହାରି ୪୦୦ ବ୍ୟକ୍ତିଙ୍କର ଟିକେଟ କଟାଯାଇଥାଏ। ଏହି ଅନଲାଇନ୍ ସେବା ଆରମ୍ଭ ହେବା ପରେ ଲମ୍ବା ଲାଇନ ଭିଡ଼ କମିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.