ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ଦୁର୍ଦାନ୍ତ ଚକରାକୁ ଏନକାଉଣ୍ଟର

0
  • ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି, ଅନ୍ୟମାନେ ଖସିଗଲେ
  • ଭୁବନେଶ୍ବର ବରମୁଣ୍ଡା ପଡିଆରେ ଅପରାଧର ନକ୍ସା ପ୍ରସ୍ତୁତ କରୁଥିଲେ
  • ଆତ୍ମରକ୍ଷା ପାଇଁ ପୁଲିସ ଗୁଳିଚାଳନା କରିବାକୁ ବାଧ୍ୟ ହୋଇଥିବା ସୂଚନା
  • ଦୁଇ ପୁଲିସ ଆହତ ହୋଇଥିବା ନେଇ ମଧ୍ୟ ଖବର ମିଳିଛି

ଭୁବନେଶ୍ବର: ରାଜଧାନୀରେ ଅପରାଧ ବୃଦ୍ଧି ପାଉଥିବା କାରଣରୁ ଚାପରେ ଅଛି କମିସନରେଟ୍ ପୁଲିସ। ନୂଆ ଡିସିପି ପ୍ରତୀକ ସିଂହ ଏବେ ଏହାକୁ ଦମନ କରିବା ଲାଗି ଗୋଡ କାଢ଼ିଛନ୍ତି। ଅପରାଧଙ୍କୁ ସାବାଡ୍ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର କମିସନରେଟ୍ ପୁଲିସ ଜଣେ ଦୁର୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରିଛି। ତାର ନାମ ଚକରା ବାରିକ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି ଏକ ସୂତ୍ରରୁ ପୁଲିସକୁ ଚକରା ସଂପର୍କରେ ଖବର ମିଳିଥିଲା। ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ପଡିଆରେ ଚକରା ଅନ୍ୟ ୬ରୁ ୭ ସହଯୋଗୀଙ୍କ ସହିତ ବସି କୌଣସି ଅପରାଧର ନକ୍ସା ପ୍ରସ୍ତୁତିରେ ଲାଗିଥିଲା। ସେ ହ୍ୟାଣ୍ଡ ବମ୍ ସହିତ ପିସ୍ତଲ ଓ ଭୁଜାଲି ଆଦି ରଖିଥିଲା। ପୁଲିସର ସ୍ବତନ୍ତ୍ର ସ୍କ୍ବାଡ୍ ଚଢାଉ କରିବା ଦେଖି ସେମାନେ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ। ସେ ସମୟରେ ପୁଲିସକୁ ଗୁଳିଚାଳନା କରିବାକୁ ପଛାଇ ନଥିଲେ। ଆତ୍ମରକ୍ଷା ପାଇଁ ପୁଲିସ ବି ପାଲଟା ଗୁଳିଚାଳନା କରିଥିଲା। ଗୋଟିଏ ଗୁଳି ଚକରା ଦେହରେ ବାଜିବାରୁ ସେ ତଳେ ପଡ଼ିଯାଇଥିଲା ଓ ଅନ୍ୟମାନେ ଅନ୍ଧାରର ସୁଯୋଗ ନେଇ ମଟର ସାଇକେଲ୍ ଜରିଆରେ ସେ ସ୍ଥାନ ଛାଡି ଚାଲିଯାଇଥିଲେ। ଚକରାର ଡାହାଣ ଗୋଡରେ ଗୁଳିବାଜିଛି ଓ ତାକୁ ପୁଲିସ କ୍ୟାପିଟାଲ ହସ୍ପିଟାଲରେ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରିଛି। କେଉଁ କେଉଁ ମାନେ ଏହି ଅପରାଧରେ ସାମିଲ ଥିଲେ ସେ ନେଇ ତନାଘନା ଚାଲିଛି। ଚକରା ସୁସ୍ଥ ହେବା ପରେ ଅଧିକ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି। ଏହି ଘଟଣାରେ ଜଣେ ଏସଆଇ ଓ ଅନ୍ୟ ଜଣେ ଏସଆଇ ଆହତ ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.