ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ହାଇକୋର୍ଟରେ ପହଞ୍ଚିଲା ବର୍ଷା-ଅନୁଭବ ପାରିବାରିକ ବିବାଦ

0

କଟକ: ହାଇକୋର୍ଟର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡିଆରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଭିଡିଓ ପୋଷ୍ଟ କରି ବିଭିନ୍ନ କଥା କହୁଥିବାରୁ ତାଙ୍କର ସମ୍ମାନହାନୀ ହେଉଥିବା ଅଭିଯୋଗ କରି ସେ ହାଇକୋର୍ଟ ଯାଇଛନ୍ତି । ଅନୁଭବ ତାଙ୍କର ବ୍ୟକ୍ତିଗତ ଜୀବନ ନେଇ ସାମାଜିକ ଗଣମାଧ୍ୟମରେ ବିଭିନ୍ନ କଥା କହୁଛନ୍ତି । ଅନୁଭବ ଭିଡିଓ ମାଧ୍ୟମରେ ନିଜର ମତ ରଖୁଛନ୍ତି, ଯାହାକି ତାଙ୍କ ଜୀବନ ସହ ଜଡ଼ିତ।

ପରିବାର ଅଦାଲତରେ ମାମଲା ବିଚାରାଧୀନ ଥିବା ବେଳେ ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ । କୌଣସି ସତ୍ୟତା ନଥିବା ଓ ଭିତିହୀନ କଥା ସବୁ ତାଙ୍କ ବିରୋଧରେ କୁହାଯାଉଛି । ସୋସିଆଲ ମିଡିଆରେ ଏହି ସବୁ ପୋଷ୍ଟ ଉପରେ ଅଙ୍କୁଶ ଜାରି କରାଯିବା ଆବଶ୍ୟକ ବୋଲି ବର୍ଷା ଆବେଦନରେ ଦର୍ଶାଇଛନ୍ତି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ, ଅନୁଭବ ମହାନ୍ତି, ରାଜ୍ୟ ସରକାରଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି । ଆଜି ଅବକାଶକାଳୀନ ଖଣ୍ଡପୀଠରେ ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି ।

Leave A Reply

Your email address will not be published.