ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ରଥଯାତ୍ରା ପାଇଁ ବସିବ ସମନ୍ବୟ କମିଟି ବୈଠକ

0

ପୁରୀ: ଆଜି ମହାପ୍ରଭୁଙ୍କ ରଥଯାତ୍ରା ୨୦୨୨ ପ୍ରସ୍ତୁତିର ସମୀକ୍ଷା ବୈଠକ ପୂର୍ବାହ୍ନ ସାଢ଼େ ୧୧ଟାରେ ବସିବ। ଏଥିରେ ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସରେ ରହି ଆଲୋଚନାରେ ଯୋଗଦେବେ । ପୁରୀରେ ପୌର ସଦନ ସମ୍ମିଳନୀ କକ୍ଷରେ ଅନ୍ୟ ସମସ୍ତ ବରିଷ୍ଠ ଅଫିସରମାନେ ରଥଯାତ୍ରା ପ୍ରସ୍ତୁତି ଏବଂ ଏହାର ଅଗ୍ରଗତି ସମ୍ପର୍କରେ ଜବାବ ରଖିବେ ବୋଲି ସୂଚନା ମିଳିଛି । ପ୍ରସ୍ତୁତି କମିଟିରର ସଦସ୍ୟମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ ।

ସୂଚନା ମୁତାବିକ, ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ତୃତୀୟ ସମନ୍ବୟ କମିଟି ବୈଠକ ପୁରୀ ଟାଉନ୍ ହଲରେ ଦିନ ୧୧ଟାରେ ବୈଠକ ଆରମ୍ଭ ହେବ । ବୈଠକରେ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଭର୍ଚୁଆଲ ବୈଠକରେ ମୁଖ୍ୟମନ୍ତ୍ରୀ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ । ଅନ୍ୟପଟେ ବିଭିନ୍ନ ବିଭାଗର ଏକାଧିକ ମନ୍ତ୍ରୀ, ବିଧାୟକ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । 

Leave A Reply

Your email address will not be published.