ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ସ୍କୁଲକୁ ଫେରିବ କରୋନା କଟକଣା

0

ଭୁବନେଶ୍ବର; ରାଜଧାନୀର ସମସ୍ତ ସ୍କୁଲ କ୍ୟାମ୍ପସରେ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ଖୋର୍ଦ୍ଧାରେ କରୋନା ସଂକ୍ରମଣ ବଢୁଥିବାରୁ ଏବଂ ୧୨ରୁ କମ ବୟସର ପିଲା ଟିକା ନେଇନଥିବାରୁ ଭୁବନେଶ୍ୱର ମହାନଗର ନିଗମ ଏହି ପଦକ୍ଷେପ ନେବାକୁ ଯାଉଛି । ସ୍କୁଲକୁ ଖାଦ୍ୟ ସାମଗ୍ରୀ ନେବା ସମୟରେ ଛାତ୍ରଛାତ୍ରୀ ଯେତେଦୂର ସମ୍ଭବ ଦୂରତା ରଖିବେ । ଏହାଛଡା ଆସନ୍ତା ୩ ଦିନ ଭିତରେ ଟିକାକରଣ ତଥ୍ୟ ରାଜଧାନୀର ସମସ୍ତ ସ୍କୁଲ ଦେବାକୁ ବିଏମସି ନିର୍ଦ୍ଦେଶ ଦେଇଛି ।

ଭୁବନେଶ୍ୱର ମହାନଗର ନିଗମର ଅଧିକାରୀ, ଗଣଶିକ୍ଷା ବିଭାଗ ଅଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନେଇ ବିଏମସି କାର୍ଯ୍ୟାଳୟରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହା ସ୍ଥିର ହୋଇଛି । ପିଲାଙ୍କୁ ଥଣ୍ଡା, ଜ୍ୱର, କାଶ ହେଉଥିଲେ ସ୍କୁଲକୁ ପ୍ରବେଶ ଅନୁମତି ମିଳିବ ନାହିଁ । ପିଲାମାନେ ଯେପରି କ୍ୟାମ୍ପସରେ କଟକଣାକୁ ଠିକ୍ ଭାବେ ପାଳନ କରନ୍ତି, ଏହା ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ସୁନିଶ୍ଚିତ କରିବେ ବୋଲି ବୈଠକରେ କୁହାଯାଇଛି ।

ପିଲାଙ୍କ ଟିକାକରଣ ନେଇ ସ୍କୁଲଗୁଡ଼ିକ ଆସନ୍ତା ତିନି ଦିନ ମଧ୍ୟରେ ନିର୍ଦ୍ଧାରିତ ପୋର୍ଟାଲରେ ବିଇଓଙ୍କ ମାର୍ଫତରେ ବିଏମ୍‌ସି ନିକଟରେ ରିପୋର୍ଟ ଦାଖଲ କରିବେ । ତଥ୍ୟ ସଂଗ୍ରହ ପରେ ସ୍ବାସ୍ଥ୍ୟ ବିଭାଗ ଓ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ମିଳିତ ଭାବେ ସ୍କୁଲଗୁଡ଼ିକରେ ଟିକାକରଣ କେନ୍ଦ୍ର କରିବା ନେଇ ଯୋଜନା ପ୍ରସ୍ତୁତ କରିବେ । ପିଲାମାନେ କିଭଳି ଟିକା ନେବେ ସେଥିପାଇଁ ସ୍କୁଲ କର୍ତ୍ତୃପକ୍ଷମାନେ ଅଭିଭାବକଙ୍କୁ କହିବେ।

ଚଳିତ କୋଭିଡ୍‌ ସଂକ୍ରମଣରେ ଭୁବନେଶ୍ବରରେ ୩ ଜଣ ଛାତ୍ରଛାତ୍ରୀ କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି । ତେଣୁ ଚିନ୍ତାର କୌଣସି କାରଣ ନାହିଁ । ସ୍କୁଲରେ ପ୍ରାର୍ଥନା ସମୟରେ କୌଣସି ପରିବର୍ତ୍ତନ କି କଟକଣା ଲଗାଯିବ ନାହିଁ । ଏବେ ଯେମିତି ଚାଲିଛି ସେଭଳି ସବୁ କିଛି ଜାରି ରହିବ ।

Leave A Reply

Your email address will not be published.