ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ସାବରିମାଳାରେ ଦର୍ଶନ ପାଇଁ ଅଗ୍ରୀମ ଟିକେଟ କାଟିଲେ ମହିଳା ଶ୍ରଦ୍ଧାଳୁ

0

କୋଚି: ସୁପ୍ରିମକୋର୍ଟଙ୍କ ନିର୍ଦେଶର ଦୁଇମାସ ପରେ ସାବରିମାଳା ଦର୍ଶନ ପାଇଁ ମହିଳାମାନେ ପୁଣି ଥରେ ଅଣ୍ଟା ଭିଡିଛନ୍ତି । ପାଞ୍ଚ କି ଦଶ ନୁହେଁ, ବରଂ ୧୦ରୁ ୫୦ ବର୍ଷ ବୟସ୍କ ୫୫୦ରୁ ଅଧିକ ମହିଳା ଦର୍ଶନ ପାଇଁ ଅଗ୍ରୀମ ଟିକେଟ୍‍ କରିଥିବା ସୂଚନା ମିଳିଛି । ପ୍ରତିବର୍ଷ ମକର ଯାତ୍ରା ସମୟରେ ଦୁଇମାସ ଧରି ମଣ୍ଡଳମ୍‍ ଯାତ୍ରା ହୋଇଥାଏ । ଯେହେତୁ ଲକ୍ଷ ଲକ୍ଷ ଲୋକ ଏହି ସମୟରେ ଦର୍ଶନ କରିଥାନ୍ତି, ଏଣୁ ସ୍ୱତନ୍ତ୍ର ପାସ୍‍ ବ୍ୟବସ୍ଥା ହୋଇଥାଏ । ଏହି କ୍ରମରେ ଏଥର ମହିଳାମାନେ ଦର୍ଶନ ପାଇଁ ଆଗୁଆ ଟିକେଟ୍‍ କରିଥିବା ସ୍ଥାନୀୟ ପୁଲିସ ଗଣମାଧ୍ୟମକୁ କହିଛନ୍ତି ।
ଗତ ଦୁଇମାସ ମଧ୍ୟରେ ମନ୍ଦିର ଦୁଇ ଦୁଇ ଥର ଖୋଲିଥିଲେ ହେଁ, ସୁପ୍ରିମକୋର୍ଟଙ୍କ ନିର୍ଦେଶ କାର୍ଯ୍ୟକାରୀ ହୋଇପାରିନାହିଁ । ୧୦ରୁ ୫୦ ବର୍ଷ ବୟସ୍କ ମହିଳାଙ୍କ ପ୍ରବେଶକୁ ପ୍ରବଳ ବିରୋଧ କରାଯାଇଛି । ଏଭଳିସ୍ଥିତିରେ ଏଥର ବିରୋଧ ହେବ ନା ଟିକେଟ୍‍ କାଟିଥିବା ମହିଳା ଶ୍ରଦ୍ଧାଳୁ ଦର୍ଶନ କରିପାରିବେ, ତାହାକୁ ନେଇ ସମଗ୍ର ଦେଶରେ ଉତ୍ସୁକତା ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଆସନ୍ତା ୧୩ ତାରିଖ ଦିନ ସୁପ୍ରିମକୋର୍ଟରେ ଆଗତ ରିଭ୍ୟୁ ପିଟିସନର ଶୁଣାଣି ହୋଇପାରେ । ଏଣୁ କୋର୍ଟଙ୍କ ମନ୍ତବ୍ୟକୁ ମଧ୍ୟ ସମସ୍ତେ ଅପେକ୍ଷା ରଖୁଛନ୍ତି ।
୧୦ରୁ ୫୦ ବର୍ଷର ମହିଳା ଓ ଯୁବତୀଙ୍କୁ ଏହି ମନ୍ଦିର ବାରଣ କରାଯାଇଥିଲା । ନିକଟରେ ଏକ ମାମଲାର ଶୁଣାଣି କରି କୋର୍ଟ ଏହି କଟକଣାକୁ ଉଠାଇ ଦେଇଛନ୍ତି ।

Leave A Reply

Your email address will not be published.