ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ସ୍ବେରେଜ୍ ପାଣିରେ ପୋଲିଓ ଜୀବାଣୁ

0

ନ୍ୟୁୟର୍କ: ନ୍ୟୁୟର୍କ ସ୍ବେେରଜ୍ ପାଣିରେ ପୋଲିଓ ଜୀବାଣୁ ଥିବା ନେଇ ଗୋଟିଏ ଆତଙ୍କ ସୃଷ୍ଟିକାରୀ ଖବର ସାମ୍ନାକୁ ଆସିଛି। ସ୍ଥାନୀୟ ସ୍ବାସ୍ଥ୍ୟ କମିସନର ଡ. ମେରି ଟି ବ୍ୟାସେଟ୍ କହିଛନ୍ତି ଯେ ନ୍ୟୁୟର୍କ ସହରର ବର୍ଜ୍ୟଜଳ ନମୁନାରେ‌ ପୋଲିଓ ଭାଇରସ୍ ଚିହ୍ନଟ ହେବା ଗୋଟିଏ ବଡ ଘଟଣା ନୁହେଁ। ୨୦୧୪ ମସିହାରେ ଯୁକ୍ତରାଷ୍ଟ୍ର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଏଭଳି ଜୀବାଣୁ କଣିକା ସଂପର୍କରେ କହିସାରିଛି।

ତେବେ ଏହି ଖବର ସହିତ ଯେଉଁ ଆତଙ୍କ ସୃଷ୍ଟିକାରୀ ତଥ୍ୟ ବିବ୍ରତ କରୁଛି, ତାହା ହେଲା ଗତ ଦଶ ବର୍ଷ ଧରି ପୋଲିଓ ଚିହ୍ନଟ ହୋଇନଥିଲେ ହେଁ ଯେଉଁମାନେ ଟିକା ନେଇନାହାନ୍ତି, ସେମାନଙ୍କ ମଧ୍ୟରେ ଏହା ଲୁଚିଛପି ମାଡ଼ିବା ଲାଗି ସୁଯୋଗ ସୃଷ୍ଟି କରିଛି। ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ବ୍ୟାପକ ଟିକାକରଣ ଉପରେ ଗୁରୁତ୍ବ ଦେବାକୁ ନ୍ୟୁୟର୍କ ସହରର ଅନ୍ୟତମ ବରିଷ୍ଠ ଅଧିକାରୀ ଡ. ଅଶ୍ବିନୀ ଭାସାନ୍ ଏକ ବିବୃତିରେ କହିଛନ୍ତି। ସେ କହିଛନ୍ତି ଯେ ଟିକାକରଣ ଭଳି ସରଳ ରାସ୍ତାରେ ଏହି ଆତଙ୍କକୁ ପ୍ରତିହତ କରାଯାଇପାରିବ। ଯେଉଁମାନେ ଟିକା ନେଇନାହାନ୍ତି, ସେମାନେ ଏହି ପ୍ରକ୍ରିୟାରେ ସାମିଲ ହେବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି।

Leave A Reply

Your email address will not be published.