ପ୍ରମୁଖ ଖବର

ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବା ସୁଦୃଢ଼ ପାଇଁ ‘ଜନନୀ’ ଡିଜିଟାଲ୍ ପ୍ଲାଟଫର୍ମ ଆରମ୍ଭ
ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା
‘ଦେଶର ଅଭିବୃଦ୍ଧିର ନୂଆ କେନ୍ଦ୍ର ହେବ ପୂର୍ବ ଉପକୂଳ’: ମୋହନ ମାଝୀଙ୍କ ଆହ୍ୱାନ
ବିହାରର ସାହାରସାରେ ମଧ୍ୟାହ୍ନ ଭୋଜନ ଖାଇ ୨୫୦ରୁ ଅଧିକ ଶିଶୁ ଅସୁସ୍ଥ
ନିଶାନ୍ତ କୁମାରଙ୍କ ସହ ୩୨ ଜଣ ମନ୍ତ୍ରୀ ଶପଥ ନେଲେ
ନିର୍ବାଚନରେ ଜାଲିଆତି ଅଭିଯୋଗ: ସୁପ୍ରିମକୋର୍ଟ ଯିବ ଟିଏମସି
ମୁଁ ଇସ୍ତଫା ଦେବି ନାହିଁ, ମୋତେ ବହିଷ୍କାର କରନ୍ତୁ: ମମତା ବାନାର୍ଜୀ

ଚିହ୍ନ ବଦଳିବା ନେଇ ଉଦ୍ଧବଙ୍କ ମନ ଉଣା

0
  • ମନ ଭାଙ୍ଗିଗଲା, ଚିହ୍ନ ବଦଳିଲା
  • ଉଦ୍ଧବ-ସିନ୍ଦେଙ୍କ ବିବାଦରେ ECଙ୍କ ବଡ଼ ନିଷ୍ପତ୍ତି
  • ଶିବସେନା ଓ ସିନ୍ଦେ ଦଳର ବଦଳିଲା ନାମ
  • ଉଦ୍ଧବଙ୍କୁ ମଶାଲ ଚିହ୍ନ, ସିନ୍ଦେ ପୁନଶ୍ଚ କରିବେ ଆବେଦନ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ନିର୍ବାଚନୀ ଚିହ୍ନକୁ ନେଇ ହେଉଥିବା କନ୍ଦଳ ଟିକେ ଥମି ଯାଇଛି। ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ମଧ୍ୟରେ ଚାଲିଥିବା ବିବାଦରେ ନିର୍ବାଚନ କମିଶନ ବଡ଼ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ କମିଶନ ଉଦ୍ଧବ ଠାକରେଙ୍କୁ ମଶାଲ ଚିହ୍ନ ଦେଇଥିବା ବେଳେ ତାଙ୍କ ରାଜନୀତିକ ପାର୍ଟିର ନାଁ ମଧ୍ୟ ବଦଳାଇ ଦେଇଛନ୍ତି। । ତାଙ୍କ ଦଳର ନାଁରେ ଶିବସେନା ଉଦ୍ଧବ ବାଲାସାହେବ ଠାକରେ କରାଯାଇଛି।

ଅନ୍ୟପଟେ ଏକନାଥ ସିନ୍ଦେ ଗୋଷ୍ଠୀ ଚିହ୍ନ ପାଇଁ କରିଥିବା ଆବେଦନକୁ ନିର୍ବାଚନ କମିଶନ ଅଗ୍ରାହ୍ୟ କରିଛନ୍ତି। ତ୍ରିଶୁଳ, ଉଦୟ ସୂର୍ଯ୍ୟ ଓ ଗଦା ଚିହ୍ନ ପାଇଁ ସିନ୍ଦେ ଗୋଷ୍ଠୀ ଆବେଦନ କରିଥିଲା। ହେଲେ ଏହା ତାଲିକାରେ ନଥିବାରୁ ଇସି କୌଣସି ଚିହ୍ନ ଦେଇ ନାହାନ୍ତି। ଏହି ଗୋଷ୍ଠୀଙ୍କୁ ପୁଣିଥରେ ଉପଲବ୍ଧ ଥିବା ଚିହ୍ନ ପାଇଁ ଆବେଦନ କରିବାକୁ କୁହାଯାଇଛି। ଏଥିସହିତ ନିର୍ବାଚନ କମିଶନ ସିନ୍ଦେ ଗୋଷ୍ଠୀଙ୍କ ନାଁ ‘ବାଲସାହେବଚି ଶିବସେନା’ ବା ବାଲାସାହେବଙ୍କ ଶିବସେନା ରଖାଯାଇଛି।

ସୂଚନା ଅନୁସାରେ, ଉଭୟ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀ ଶିବସେନା ଉପରେ ନିଜର ହକ ଜାହିର କରୁଥିଲେ। ହେଲେ ନିର୍ବାଚନ କମିଶନ ପ୍ରଥମେ ଶିବସେନାର ଦଳୀୟ ଚିହ୍ନ ‘ଧନୁ ଓ ତୀର’ର ବ୍ୟବହାର ଉପରେ ରୋକ ଲଗାଇଥିଲେ । ଏହାପରେ ଦୁଇ ଗୋଷ୍ଠୀଙ୍କୁ ଉପଲବ୍ଧ ଥିବା ଦଳୀୟ ଚିହ୍ନ ପାଇଁ ଆବେଦନ କରିବାକୁ କହିଥିଲେ। ଏହାପରେ ଆଜି ଉଦ୍ଧବଙ୍କୁ ମଶାଲ ଚିହ୍ନ ମିଳିଥିବା ବେଳେ ସିନ୍ଦେଙ୍କୁ ନିର୍ବାଚନୀ ଚିହ୍ନର ୩ଟି ବିକଳ୍ପ ମାଗିଛନ୍ତି କମିଶନ।

Leave A Reply

Your email address will not be published.