ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଭିଜିଲାନ୍ସ ଜାଲରେ କିରାଣୀ

0

କେନ୍ଦୁଝର: କେନ୍ଦୁଝର ବାଂଶପାଳ ବିଇଓ ଅଫିସର ଜୁନିୟର କ୍ଲର୍କ ଗଙ୍ଗାଧର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କନିଷ୍ଠ କିରାଣୀ ଗଙ୍ଗାଧର ସାହୁଙ୍କ ସରକାରୀ କ୍ୱାଟର୍ସ ସମେତ ୫ଟି ଜାଗାରେ ଚଢାଉ ହେଉଛି । ଗଙ୍ଗାଧରଙ୍କ ବାଂଶପାଳ ଅଫିସ , କେନ୍ଦୁଝରସ୍ଥିତ ସରକାରୀ ବାସଭବନ, ଭାଲକି ପାତାଳାସ୍ଥିତ ତିନି ମହଲା ଘର, ତେଲକୋଇସ୍ଥିତ ପୈତୃକ ଘର ସହିତ ଶ୍ୱଶୁର ଘରେ ଏକକାଳୀନ ଚଢାଉ ଜାରି ରହିଛି ।

ସୂଚନାଯୋଗ୍ୟ, ଗଙ୍ଗାଧର ସାହୁଙ୍କ ନାମରେ ପୂର୍ବରୁ ବହୁଥର ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଏପରିକି ଭିଜିଲାନ୍ସ କୋର୍ଟରେ ବି ଏନେଇ ଅଭିଯୋଗ ହୋଇଥିଲା। ଏହାପରେ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଆଜି ସକାଳେ ଏକକାଳୀନ ୫ଟି ସ୍ଥାନରେ ରେଡ କରାଯାଉଛି। ବାଲେଶ୍ୱର ଏସ୍‌ପି ଏହି ଚଢ଼ାଉର ନେତୃତ୍ୱ ନେଉଛନ୍ତି। ଏହି ଚଢାଉରେ ୩ ଜଣ ଡିଏସ, ୭ ଜଣ ଇନସ୍ପେକ୍ଟର, ୨ ଜଣ ଏଏସଆଇ ଓ ୯ ଜଣ କନଷ୍ଟେବଳ ସାମିଲ ହୋଇଛନ୍ତି । ଚଢ଼ାଉ ଜାରି ରହିଥିବାରୁ ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇ ପାରିନାହିଁ ।

Leave A Reply

Your email address will not be published.