ପ୍ରମୁଖ ଖବର

ଶ୍ରୀମନ୍ଦିରରେ ଆସୁଛି ଇ-ହୁଣ୍ଡି ବ୍ୟବସ୍ଥା; ବିଶ୍ୱର ଯେକୌଣସି ସ୍ଥାନରୁ କରିହେବ ଦାନ
ଦିଲ୍ଲୀ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୨୧ ମୃତ, ୪୦ରୁ ଅଧିକ ଉଦ୍ଧାର
ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା
୩୯,୨୯୦ କୋଟିର ମେଗା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
କର୍ଣ୍ଣାଟକର ୩୪ତମ ମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ,ବିବାହ ପରେ ବି ପିତାମାତାଙ୍କ ପରିବାରର ସଦସ୍ୟ ଝିଅ

ରବି ଫସଲର ଏମଏସପି ବୃଦ୍ଧି କଲା କେନ୍ଦ୍ର

0

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଚାଷୀଙ୍କ ପାଇଁ ଆସିଲା ଖୁସି ଖବର । ରବି ଫସଲର ଏମଏସ୍‌ପି ବୃଦ୍ଧି କଲେ କେନ୍ଦ୍ର ସରକାର । ୨୦୨୩-୨୪ରେ ଏହି ବର୍ଦ୍ଧିତ ଏମଏସ୍‌ପି ଦାମରେ ସରକାର ଚାଷୀଙ୍କଠାରୁ ସାମଗ୍ରୀ କିଣିବେ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏମଏସ୍‌ପି ବୃଦ୍ଧି ଉପରେ ନିଷ୍ପତ୍ତି ନିଆଯାଇଛି । ଏ ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ତେବେ ସରକାର ଗହମର ଏମଏସ୍‌ପି କ୍ୱିଣ୍ଟାଲ ପିଛା ୧୧୦ ଟଙ୍କା ବଢ଼ାଇଛନ୍ତି। ଯାହା ୨୦୨୨-୨୩ରେ ଗହମର କ୍ୱିଣ୍ଟାଲ ପିଛା ଏମଏସ୍‌ପି ୨୦୧୫ ଟଙ୍କା ଥିଲା । ଏବେ ଏହା ୨୧୧୫ ଟଙ୍କା ହୋଇଛି ।

ସେହିପରି ଗହମ ବ୍ୟତୀତ ବିଭିନ୍ନ ଖାଦ୍ୟଶତ୍ସ୍ୟର ଏମଏସ୍‌ପି ବୃଦ୍ଧି କରାଯାଇଛି । ସୋରିଷର ଏମଏସ୍‌ପି କ୍ୱିଣ୍ଟାଲ ପିଛା ୪୦୦ ଟଙ୍କା ବୃଦ୍ଧି ହୋଇଛି । ୨୦୨୨-୨୩ରେ ଗୋଟିଏ କ୍ୱିଣ୍ଟାଲ ସୋରିଷର ଦାମ ୫୦୫୦ ଟଙ୍କା ଥିଲା । ଏବେ ତାହା ବୃଦ୍ଧି ପାଇ ୫,୪୫୦ ଟଙ୍କା ହୋଇଛି । ଅନ୍ୟପଟେ ମସୁର ଡାଲିର ଏମଏସ୍‌ପି ୫୦୦ ଟଙ୍କା ବଢ଼ିଛି । ମସୁଲ ଡାଲିର ଦାମ କ୍ୱିଣ୍ଟାଲ ପିଛା ଦାମ ୫,୫୦୦ ଟଙ୍କା ଥିଲା ଏବେ ୬୦୦୦ ଟଙ୍କାରେ ପହଞ୍ଚିଛି । ସେହିପରି ବାର୍ଲିର ଏମଏସପି ୧୦୦ ଟଙ୍କା, ସୂର୍ଯ୍ୟମୁଖୀର ଏମଏସ୍‌ପି ୨୦୯ ଟଙ୍କା ଓ ବିରିର ଏମଏସ୍‌ପି ୧୦୫ ଟଙ୍କା ବୃଦ୍ଧି ପାଇଛି । ଗହମ ଉପରେ ଏମଏସ୍‌ପି ୫.୬୪%, ବଢ଼ିଥିବା ବେଳେ ସୋରିଷର ଦାମ ୯% ବୃଦ୍ଧି କରାଯାଇଛି । ବର୍ଦ୍ଧିତ ଦର ପରେ ଚାଷୀମାନେ ବାର୍ଲି ପାଇଁ କ୍ୱିଣ୍ଟାଲ ପିଛା ୧୭୩୫ ଟଙ୍କା, ବିରି ପାଇଁ କ୍ୱିଣ୍ଟାଲ ପିଛା ୧୭୩୫ ଟଙ୍କା ଓ ସୂର୍ଯ୍ୟମୁଖୀ ପାଇଁ କ୍ୱିଣ୍ଟାଲ ପିଛା ୫,୬୫୦ ଟଙ୍କା ପାଇବେ। ତେବେ ଏହି ଏମଏସ୍‌ପି ବୃଦ୍ଧି ଚାଷୀଙ୍କ ପାଇଁ ଖୁସି ଆଣିବା ନେଇ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.