ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ମଲ୍ଲିକାର୍ଜୁନ ଖଡଗେ ଦଳର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ

0

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ନିମନ୍ତେ ହୋଇଥିବା ନିର୍ବାଚନରେ ବିଶିଷ୍ଟ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ବିଜୟୀ ‌ହୋଇଛନ୍ତି। ଖଡ଼ଗେ ୭,୮୯୭ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଶଶୀ ଥରୁର୍‌ ମାତ୍ର ୧,୦୭୨ ଖଣ୍ଡ ଭୋଟ୍‌ ପାଇଛନ୍ତି।

ସୂଚନାନୁସାରେ; ଦୀର୍ଘ ୨୪ ପରେ ଜାତୀୟ କଂଗ୍ରେସକୁ ଅଣ ଗାନ୍ଧୀ ପରିବାରରୁ ଅଧ୍ୟକ୍ଷ ମିଳିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଲ୍ଲିକାର୍ଜୁନ ଖଡଗେ ଦଳର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ଅନୁଷ୍ଠିତ ହୋଇଥିବା ଭୋଟ ଗ୍ରହଣରୁ ଖଡଗେଙ୍କୁ ମୋଟ ୭,୮୯୭ ଖଣ୍ଡ ଭୋଟ ମିଳିଛି । ସେପଟେ ନିର୍ବାଚନରେ ଖଡଗେଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଶଶି ଥରୁରଙ୍କୁ ମାତ୍ର ୧୦୭୨ ଟି ଖଣ୍ଡ ମିଳିଛି । ଏହି ଭୋଟ ଗଣତି ପରେ ଜଣାପଡିଛି କି ମୋଟ ୯୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଖଡଗେଙ୍କ ସପକ୍ଷରେ ୯୦ ପ୍ରତିଶତ ଭୋଟ ଯାଇଛି । ଏହି ନିର୍ବାଚନରେ ମୋଟ ୯୫୦୦ ରୁ କିଛି ଅଧିକ ଡେଲିଗେଟ ଭୋଟ ଦେଇଥିଲେ ।

୧୩୭ ବର୍ଷର ପୁରୁଣା ପାର୍ଟିକୁ ଷଷ୍ଠଥର ପାଇଁ ଅଣଗାନ୍ଧୀ ପରିବାରରୁ ଅଧ୍ୟକ୍ଷ ମିଳିଛି । ପାର୍ଟି ମହାସଚିବ ଜୟରାମ ରମେଶଙ୍କ ମୁତାବକ ଦଳର ଅଧ୍ୟକ୍ଷ ପଦ ପାଇଁ ଏପର୍ଯ୍ୟନ୍ତ ୧୯୩୯, ୧୯୫୦, ୧୯୭୭, ଓ ୨୦୦୦ ମସିହା ପରେ ନିର୍ବାଚନ ହୋଇଛି ।

Leave A Reply

Your email address will not be published.