ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ପଞ୍ଜାବ ସରକାରଙ୍କ ଦୀପାବଳି ଭେଟି, ରାଜ୍ୟ କର୍ମଚାରୀଙ୍କୁ ପୁରୁଣା ପେନସନ୍ ଲାଗୁ

0

ପଞ୍ଜାବ; ଦୀପାବଳି ପୂର୍ବରୁ ପଞ୍ଜାବର ଭଗୱନ୍ତ ମାନ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ମାନଙ୍କ ଘୋଷଣା ମୁତାବକ ରାଜ୍ୟ କର୍ମଚାରୀମାନେ ଏବେ ପୁରୁଣା ଫର୍ମୁଲାରେ ପେନସନ୍ ପାଇବେ । ଏନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା କଥା ଭଗୱନ୍ତ ମାନ୍ ସୂଚନା ଦେଇଛନ୍ତି । ପଞ୍ଜାବ ସରକାରଙ୍କର ଏଭଳି ନିଷ୍ପତ୍ତି ଫଳରେ ରାଜ୍ୟର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ । କିଛିବର୍ଷ ହେବ ପଞ୍ଜାବ ରାଜ୍ୟର କର୍ମଚାରୀମାନେ ପୁରୁଣା ପେନସନ୍ ଲାଗୁ କରିବାକୁ ଦାବି କରିଆସୁଥିଲେ । ଏବେ ମାନ୍ ସରକାର ଏହାକୁ ପୁରଣ କରିବା ସହ ରାଜ୍ୟ କର୍ମଚାରୀଙ୍କ ଡିଏ ୬ ପ୍ରତିଶତ ବୃଦ୍ଧି କରାଯାଇଥିବା ନେଇ ଘୋଷଣା କରିଛନ୍ତି ।

ଏନେଇ ଆଜି ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଆଜି ପଞ୍ଜାବ କ୍ୟାବିନେଟ ବୈଠକରେ ନିଜ ରାଜ୍ୟର କର୍ମଚାରୀମାନଙ୍କ ପାଇଁ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଆମ ସରକାର କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେଇଛି ଓ ନିର୍ବାଚନ ବେଳେ ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୁରୁଣ କରିବାକୁ ଚେଷ୍ଟା ଚଳାଇଛୁ ବୋଲି ଭଗୱନ୍ତ ମାନ୍ କହିଛନ୍ତି ।

ସେପଟେ ଆମ୍ ଆଦମୀ ପାର୍ଟିର ମୁ୍ଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ସରକାରଙ୍କ ଏଭଳି ଘୋଷଣାକୁ ସ୍ୱାଗତ କରିଛନ୍ତି । ଏନେଇ ସେ ଏକ ଟ୍ୱିଟ୍ କରି ଲେଖିଛନ୍ତି ଯେ ଆମେ ନିର୍ବାଚନ ପୂର୍ବରୁ ରାଜ୍ୟ କର୍ମଚାରୀଙ୍କୁ ପ୍ରତିଶୃତି ଦେଇଥିଲୁ କି ପଞ୍ଜାବରେ ଦଳ ସରକାର ଗଠନ କଲେ ରାଜ୍ୟ କର୍ମଚାରୀଙ୍କ ପାଇଁ ପୁଣିଥରେ ପୁରୁଣା ପେନସନ୍ ଲାଗୁ କରାଯିବ । ଏବେ ଆମେ ତାହା ପୁରଣ କରି ଦେଖାଇଛୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.