ପ୍ରମୁଖ ଖବର

ବାଲେଶ୍ୱର ମିଶନ ଶକ୍ତି କାଫେରେ ଅଗ୍ନିକାଣ୍ଡ: ଜିଲ୍ଲାପାଳଙ୍କ ଅଫିସ କାର୍ଯ୍ୟାଳୟରେ ଥିବା ମିଶନ ଶକ୍ତି କାଫେର ରୋଷେଇ ଘରେ ଭୟାବହ ଅଗ୍ନିକାଣ୍ଡ
ରଘୁନାଥପାଲି, ବୀରମିତ୍ରପୁର, ବଣାଇରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର
ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ କ୍ରୀଡ଼ାବିତମାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆସନ୍ତାକାଲି ଦେଶରେ ଚତୁର୍ଥ ପର୍ଯ୍ୟୟ ଭୋଟ ଗ୍ରହଣ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟ ଗ୍ରହଣ ହେବ

ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌ର ଲାଇସେନ୍ସ ରଦ୍ଦ

0

ନୂଆଦିଲ୍ଲୀ; ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ରଦ୍ଦ କରିଛି ଗୃହ ମନ୍ତ୍ରାଳୟ । ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ ଆନୁସାରେ ଗୃହ ମନ୍ତ୍ରାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସଂଗଠନ ଉପରେ ବିଦେଶୀ ପାଣ୍ଠିର ଉଲ୍ଲଘଂନର ଅଭିଯୋଗ ରହିଥିବା ବେଳେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗୃହ ମନ୍ତ୍ରାଳୟର ସୂଚନା ଅନୁସାରେ, ୨୦୨୦ ଜୁଲାଇରେ ଏକ କମିଟି ଗଠନ କରାଯାଇଥିଲା । ତତ୍କାଳୀନ ଆଇନ ମନ୍ତ୍ରୀ ତଥା ବିଜେପି ନେତା ରବି ଶଙ୍କର ପ୍ରସାଦ ଦାବି କରିଥିଲେ ଯେ ଚୀନ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଅର୍ଥ ପ୍ରଦାନ କରିଛି ।

ନିୟମ ଅନୁଯାୟୀ ସରକାରଙ୍କ ବିନା ଅନୁମତିରେ କୌଣସି ଦଳ ବିଦେଶରୁ ଟଙ୍କା ନେଇ ପାରିବେ ନାହିଁ । ଏହି ଦାନ ପାଇଁ ସରକାରଙ୍କ ଅନୁମୋଦନ ନିଆଯାଇଛି କି ନାହିଁ କଂଗ୍ରେସ ସ୍ପଷ୍ଟ କରିବା ଉଚିତ ବୋଲି ସେ କହିଥିଲେ। ତେବେ ସେହି ରିପୋର୍ଟ ଆଧାରରେ ଏହି ନଷ୍ପତ୍ତି ନିଆଯାଇଛି । ଏନେଇ ନୋଟିସ ରାଜୀବ ଗାନ୍ଧୀ ଫାଉଣ୍ଡେସନର କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜୀବ ଗାନ୍ଧୀ ଫାଉଣ୍ଡେସନର ଅଧ୍ୟକ୍ଷ । ଏହାର ଅନ୍ୟତମ ଟ୍ରଷ୍ଟି ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏହି ସଂଗଠନ ୧୯୯୧ରେ ସ୍ଥାପନା କରାଯାଇଥିଲା ।

Leave A Reply

Your email address will not be published.