ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଦେବତାଙ୍କୁ ଏତେ ନିର୍ଯାତନା!

0

ଦ୍ୱିତୀୟ ଦିନ ପାଇଁ ଲିଙ୍ଗରାଜ ମହାପ୍ରଭୁ ଉପବାସରେ
ଜଗନ୍ନାଥଙ୍କ ପାଇଁ ଥିବା ଦରଦ ଲିଙ୍ଗରାଜଙ୍କ ପାଇଁ ନାହିଁ
ପ୍ରଶାସନ, ଆଇନ ବିଭାଗ ବେଫିକର, କାର୍ଯ୍ୟାନୁଷ୍ଠାନ ଶୂନ

ଭୁବନେଶ୍ୱର: ଜମି ମହାପ୍ରଭୁ ଲିଙ୍ଗରାଜଙ୍କର । କିନ୍ତୁ ଏହି ଜମିର ମାଲିକାନାକୁ ଦେଖାଇ ସେବକମାନେ ନିଜ ନିଜର କେତେ ତାକତ ଅଛି, ଏକଥା ପ୍ରମାଣ କରିବା ଲାଗି ପାଗ ଭିଡିଛନ୍ତି । ପରିଣାମ ହେଲା ଖୋଦ୍‍ ଜମିର ମାଲିକ ତଥା ବିଶ୍ୱନିୟନ୍ତା ମହାପ୍ରଭୁ ଲିଙ୍ଗରାଜ ଦ୍ୱିତୀୟ ଦିନ ପାଇଁ ଉପବାସରେ ଅଛନ୍ତି । ମନ୍ଦିର ପ୍ରଶାସନ, ଦେବୋତ୍ତର ବିଭାଗ, ରାଜ୍ୟ ସରକାର ଅସହାୟ ହୋଇଗଲା ଭଳି ସେବାୟତଙ୍କ ଜୁଲମଙ୍କୁ ବରଦାସ୍ତ କରିଚାଲିଛନ୍ତି । ଏଭଳି ଅଭାବନୀୟ ଘଟଣା ରାଜ୍ୟ ସରକାରଙ୍କ ଆଇନ ବିଭାଗର ପାରଦର୍ଶିତା ଉପରେ ପ୍ରଶ୍ନ ଉଠାଇଲେଣି । କେବଳ ସେତିକି ନୁହେଁ, ପୁରୀ ପାଇଁ ରାଜ୍ୟ ସରକାର ଏତେ ତନାଘନା ଚଳାଇଥିବା ବେଳେ ଲିଙ୍ଗରାଜଙ୍କ କ୍ଷେତ୍ରରେ ନିରବତା କାହିଁକି ତାହା ମଧ୍ୟ ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କଲାଣି ।

ଗତକାଲି ଲିଙ୍ଗରାଜ ମନ୍ଦିର ପ୍ରଶାସନର ଅପରାଗତାର ଫାଇଦା ଉଠାଇ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ କରିଦେଇଥିଲେ । ଗତକାାଲି ଦିନତମାମ ମହାପ୍ରଭୁ ଉପବାସରେ ରହିଲେ ।

ସୂଚନା ଅନୁସାରେ, ସାମନ୍ତରାପୁର ଛକ ନିକଟରେ ଥିବା ଗଙ୍ଗୁଆ ନାଳ ନିକଟରେ ଥିବା ମହାପ୍ରଭୁଙ୍କ ଜମିରେ ଏବେ ଦୋକାନ ଘର ତିଆରି ଚାଲିଛି । କିଛି ସେବାୟତ ଏହାକୁ ଜବରଦଖଲରେ ରଖିବା ପରେ ଏବେ ଦୋକାନ ଘର କରୁଛନ୍ତି। ପ୍ରଶାସନ ନଜରକୁ ଆସିବା ପରେ ସେଠାରେ ୧୪୪ ଧାରା ଜାରି କରାଯାଇଥିଲା । ହେଲେ ଅଗଷ୍ଟ ୨୯ ତାରିଖ ଦିନ ହଠାତ୍‍ ସେ ଜମି ଉପରୁ ୧୪୪ ଧାରା ଉଠାଇ ଦିଆଯାଇଥିଲା । ଏହାର ଫାଇଦା ନେଇ ବଡୁ ନିଯୋଗର କିଛି ସଦସ୍ୟ ପୁଣି ନିର୍ମାଣ ଆରମ୍ଭ କରିଥିଲେ ।ଏହାକୁ ବିରୋଧ କରାଯିବ ବୋଲି ଉଭୟ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ଦେବୋତ୍ତର ବିଭାଗକୁ ଜଣାଇଥିଲେ ହେଁ ଏହା ଉପରେ କର୍ତୃପକ୍ଷ କୌଣସି ପଦକ୍ଷେପ ନେଇନଥିଲେ ।

ଆଜି ପୁଣି ସେହି ପ୍ରସଙ୍ଗକୁ ନେଇ ଭୟଙ୍କର ପରିସ୍ଥିତି ଉପୁଜିଛି । ପ୍ରଶାସନ ବୈଠକ କରିଥିଲେ ବି ସ୍ଥିତି ନିୟନ୍ତ୍ରଣ କରିପାରିନାହିଁ । ମହାପ୍ରଭୁ ଉପବାସରେ ଅଛନ୍ତି ।

Leave A Reply

Your email address will not be published.