ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

୨୦୨୪ରେ ଖୋଲିବ ଅଯୋଧ୍ୟା ରାମ ମନ୍ଦିର

0

ଅଯୋଧ୍ୟା; ଖୁବଶୀଘ୍ର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଅଯୋଧ୍ୟା ରାମ ମନ୍ଦିର । ୨୦୨୪ ମକର ସଂକ୍ରାନ୍ତିରୁ ଭଗବାନ ଶ୍ରୀରାମଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏନେଇ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଗତକାଲି ସୂଚନା ଦିଆଯାଇଛି। ଟ୍ରଷ୍ଟ ସମ୍ପାଦକ ଚମ୍ପତ ରାୟ କହିଛନ୍ତି, ବର୍ତ୍ତମାନ ଭବ୍ୟ ରାମ ମନ୍ଦିରର ୫୦% କାମ ଶେଷ ହୋଇଛି । ନିର୍ମାଣ କାମ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ବର୍ତ୍ତମାନ ଯାଏ ହୋଇଥିବା କାମର ମାନ ସନ୍ତୋଷଜନକ ରହିଛି । ୨୦୨୩ ଡିସେମ୍ବର ସୁଦ୍ଧା ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସେ କହିଥିଲେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧୮ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ମନ୍ଦିର ଭୂକମ୍ପ ପ୍ରତିରୋଧୀ ରହିବ । ମନ୍ଦିରର ଆୟୁଷ ଯେମିତି ୧୦୦୦ ବର୍ଷରୁ ଅଧିକ ରହିବ ସେ ନେଇ ପର୍ଯ୍ୟାପ୍ତ ବନ୍ଦୋବସ୍ତ କରାଯାଇଛି । ରାମ ମନ୍ଦିରର ନିର୍ମାଣରେ ୩୯୨ ଖମ୍ଵ ରହିଛି ଏବଂ ୧୨ କବାଟ ଲଗାଯାଉଛି । ପଥରକୁ ଜୋଡିବା ପାଇଁ ଲୁହା ବଦଳରେ ତମ୍ଵା ଚିପ୍ସର ବ୍ୟବହାର କରାଯାଉଛି । ଗର୍ଭଗୃହ ଭିତରେ ୧୬୦ ଖମ୍ବ ରହିବ । ପ୍ରଥମ ମହଲାରେ ମୋଟ୍ ୮୨ ଖମ୍ବ ରହିବ । ମୋଟାମୋଟି ସରଞ୍ଚନାରେ ସାଗୁଆନର କାଠରେ ନିର୍ମିତ ୧୨ ପ୍ରବେଶ ଦ୍ଵାର ରହିବ । ମନ୍ଦିର ନିର୍ମାଣରେ ବୈଜ୍ଞାନିକ ପଦ୍ଧତିର ବ୍ୟବହାର କରାଯାଉଛି। ରାମଲଲାଙ୍କ ମନ୍ଦିରରେ ଲାଗିବାକୁ ଥିବା ବିଜୟ ପତାକାକୁ ୧୦ରୁ ୧୫ କ୍ଵିଣ୍ଟାଲ ଓଜନର ସ୍ତମ୍ଭ ଉପରେ ଲଗାଯିବ ବୋଲି ସୂଚନା ରହିଛି।

Leave A Reply

Your email address will not be published.