ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଭୋପାଲରେ ପୁଣି ଗ୍ୟାସ୍‌ ଲିକ୍

0

ମଧ୍ୟପ୍ରଦେଶ; ୨୮ ବର୍ଷ ପରେ ଭୋପାଲରେ ପୁଣି ଥରେ ହୋଇଛି ଗ୍ୟାସ୍‌ ଟ୍ରାଜେଡି । ଭୋପାଲର ମଦର ଇଣ୍ଡିଆ କଲୋନୀ ବସ୍ତି ନିକଟରେ ଥିବା ଏକ ୱାଟର ଫିଲଟର ପ୍ଲାଣ୍ଟରୁ ବୁଧବାର ରାତିରେ କ୍ଲୋରିନ ଗ୍ୟାସ୍‌ ଲିକ୍‌ ହେଉଥିଲା । ଏହି ଗ୍ୟାସ୍‌ ଲିକ୍ ଯୋଗୁଁ ବହୁ ଜଣ ବେହୋସ ହୋଇ ପଡ଼ିଥିବା ବେଳେ ଆଉ କେତେ ଜଣଙ୍କ ଆଖିରେ ଯନ୍ତ୍ରଣା ଅନୁଭବ ହେଉଥିଲା । ଏପରିକି କେତେ ଜଣ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ଏହାପରେ ପ୍ରାୟ ୧୫ ଜଣ ଅସୁସ୍ଥଙ୍କୁ ହସ୍ପିଟାଲ ପଠାଇଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି। ତେବେ ପ୍ଲାଣ୍ଟରେ ଲାଗିଥିବା ୯ଶହ କେଜି ସିଲିଣ୍ଡରରେ ବୈଷୟିକ ତ୍ରୁଟି ଦେଖାଯିବାରୁ ଏପରି ଗ୍ୟାସ୍‌ ଲିକ୍‌ ହୋଇଥିବା ଜଣାଯାଇଛି ।

ଏହାପରେ ତତ୍‌କ୍ଷଣାତ ଏକ କ୍ରେନ୍‌ ସାହାଯ୍ୟରେ ଉକ୍ତ ସିଲିଣ୍ଡରକୁ ପାଣିରେ ପକାଇ ଦିଆଗଲା । ସେଥିରେ ୫ କେଜି କାଷ୍ଟିକ ସୋଡା ପକାଇ ଉକ୍ତ ଲିକେଜକୁ ବନ୍ଦ କରାଯାଇଥିବା ଜଣାଯାଇଛି । ଗ୍ୟାସ୍‌ ସିଲିଣ୍ଡରକୁ ଟାଙ୍କିରେ ପକାଇବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ଟାଙ୍କିରୁ ପାଣି ସପ୍ଲାଏ ବନ୍ଦ କରି ଦିଆଯାଇଛି । ଏହି ଘଟଣାର ବିସ୍ତୃତ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଗକୁ ଯେପରି ଏପରି ଘଟଣା ନ ଘଟେ ସେଥିନିମନ୍ତେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଉଠାଯିବ ବୋଲି ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ପ୍ରାୟ ୨୮ ବର୍ଷ ପୂର୍ବେ ୧୯୮୪ ମସିହାରେ ଭୋପାଳରେ ହୋଇଥିବା ଗ୍ୟାସ୍‌ ଟ୍ରାଜେଡିରେ ବହୁ ଲୋକଙ୍କ ଜୀବନ ଯାଇଥିଲା। ଏହି ଘଟଣା ମନରୁ ଲିଭି ନ ଥିବା ବେଳେ ପୁଣି ଥରେ ଏପରି ଏକ ଘଟଣା ଯୋଗୁ ଭୋପାଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି।

Leave A Reply

Your email address will not be published.