ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଆସନ୍ତା ୩୧ରୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ବିମାନ

0

ଭୁବନେଶ୍ବର; ଆସନ୍ତା୩୧ ତାରିଖରୁ କୋରାପୁଟ ଜିଲ୍ଲା ଜୟପୁରକୁ ବିମାନ ଉଡ଼ିବା ନେଇ ଟୁଇଟ୍ ଯୋଗେ ସୂଚନା ଦେଇଛି ଇଣ୍ଡିଆ ଓ୍ୱାନ୍ ଏୟାର ବିମାନ। ଯାତ୍ରୀମାନେ indiaoneair.com ୱେବସାଇଟରେ ଟିକେଟ ବୁକିଂ କରିପାରିବେ। ତାହା ପୁଣି ମାତ୍ର ୯୯୯ ଟଙ୍କାରେ। ରାଜ୍ୟର ଚତୁର୍ଥ ବିମାନ ବନ୍ଦର ଭାବେ ଜୟପୁର ଏୟାରପୋର୍ଟକୁ ଏରୋଡ୍ରମ୍ ଲାଇସେନ୍ସ ପ୍ରଦାନ କରିଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) । ଜୟପୁରକୁ ‘ଉଡାନ୍’ ଯୋଜନାରେ ଇଣ୍ଡିଆ ଓ୍ୱାନ୍ ବିମାନ ସେବା ପ୍ରଦାନକାରୀ କମ୍ପାନୀ ବିମାନ ସେବା ଯୋଗାଇଦେବା ନେଇ ପୂର୍ବରୁ ଘୋଷଣା କରିସାରିଛି। ଏଥିପାଇଁ କମ୍ପାନୀ ପକ୍ଷରୁ ଟ୍ରାଏଲ ରନ୍ ବି ଶେଷ ହୋଇଥିଲା।

ସେହିପରି ଆସନ୍ତା ୨୦୨୩ ନୂଆବର୍ଷରୁ ଭୁବନେଶ୍ୱର ଓ ଗୌହାଟୀ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବ । ଜାନୁୟାରୀ ୧ରୁ ପ୍ରତ୍ୟେକ ରବିବାର, ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ଚଳାଚଳ କରିବ । ଏନେଇ ଏୟାରଲାଇନ୍ସ ଦ୍ୱାରା ନିଜସ୍ୱ ୱେବସାଇଟରେ ସୂଚନା ଦିଆଯାଇଛି । ୨୦୨୦ ମାର୍ଚ୍ଚ ମାସରେ କୋଭିଡ୍ ମହାମାରୀଜନିତ ଲକଡାଉନ୍ ଯୋଗୁ ଭୁବନେଶ୍ୱର-ଗୌହ୍ୱାଟୀ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା ।

Leave A Reply

Your email address will not be published.