ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଝୁଲା ପୋଲ ଭୁଶୁଡି ୧୪୧ରୁ ଅଧିକ ମୃତ

0

ଅହମଦାବାଦ: ରବିବାର ସଂଧ୍ୟାରେ ଗୁଜରାଟର ମୋରବିରେ ଝୁଲା ପୋଲ ଭୁଶୁଡିବା ଯୋଗୁଁ ୧୪୧ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ମଚ୍ଛୁ ନଦୀରେ ନିର୍ମିତ କେବଲ ବ୍ରିଜ ଅଚାନକ ଭୁଶୁଡି ଯିବାରୁ ଅନେକ ଲୋକ ନଦୀକୁ ଖସି ପଡିଛନ୍ତି । ଲୋକଙ୍କୁ ନଦୀରୁ ଉଦ୍ଧାର ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣା ସମୟରେ ୪୦୦ ଲୋକ ପୋଲରେ ଥିଲେ । ପୋଲିସ ଏବଂ ପ୍ରଶାସନ ସହିତ ସ୍ଥାନୀୟ ଲୋକ ବି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ୧୪୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ସୂଚନା ମିଳୁଛି।

ଏନଡିଆରଏଫ ଟିମ୍‌ ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ମାତ୍ର ୫ ଦିନ ପୂର୍ବେ ଏହି କେବଲ ବ୍ରିଜର ନବୀକରଣ ପରେ ପୁଣି ଥରେ ଲୋକଙ୍କ ପାଇଁ ଖୋଲାଯାଇଥିଲା । ନବୀକରଣ ପରେ ବି ଏତେ ବଡ ଦୁର୍ଘଟଣା ଘଟିବା ନେଇ ବଡ ପ୍ରଶ୍ନ ଉଠିଛି । ଫିଟନେସ୍‌ ସାର୍ଟିଫିକେଟ ନଥିବା ବେଳେ ବ୍ରିଜ କାହିଁକି ଖୋଲାଗଲା ବୋଲି ପ୍ରଶ୍ନ ଉଠିଛି । ପ୍ରଶାସନ ଓ ଗୁଜରାଟ ସରକାରଙ୍କ ଘୋର ଅବହେଳା ପାଇଁ ଆଜି ଏକ ବଡ଼ ଅଘଟଣ ଘଟିଛି ।ତେବେ ଏହି ଦୁର୍ଘଟଣା‌ରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ୨ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି।ସେହିପରି ରାଜ୍ୟ ସରକାର ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ଲକ୍ଷ ଓ ଆହତମାନଙ୍କୁ ୫୦ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।

Leave A Reply

Your email address will not be published.