ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇଡିର ନୋଟିସ୍‌

0

ଝାଡଖଣ୍ଡ; ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ୍‌ । ବେଆଇନ ଖଣି ମାମଲାରେ ଆସନ୍ତାକାଲି ହାଜର ହେବାକୁ ଇଡି ପକ୍ଷରୁ କୁହାଯାଇଛି । ତେବେ ଗୁରୁବାର ପୂର୍ବାହ୍ନ ୧୧ଟା ବେଳେ ପ୍ରବର୍ତ୍ତନ ନିର୍ଦେଶାଳୟରେ ପହଞ୍ଚିବା ପାଇଁ ସମନ୍‌ରେ ଉଲ୍ଲେଖ ଅଛି ।

ସୂଚନାନୁସାରେ; ଗତ ମାର୍ଚ୍ଚରେ ମିଶ୍ରା ଏବଂ ଅନ୍ୟମାନଙ୍କ ବିରୋଧରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟଇଡି ମାମଲା ଦାୟର କରିଥିଲା । ଆଗରୁ ଏହି ମାମଲାରେ ସୋରେନଙ୍କ ଘନିଷ୍ଠ ସହଯୋଗୀ ପଙ୍କଜ ମିଶ୍ରାଙ୍କୁ ଗିରଫ କରିସାରିଛି । ଗତ ଜୁଲାଇ ୮ରେ ପଙ୍କଜ ମିଶ୍ରା ଏବଂ ତାଙ୍କ ବ୍ୟବସାୟ ସହ ଜଡ଼ିତ ଝାଡ଼ଖଣ୍ଡର ୧୮ଟି ସ୍ଥାନ ରେଡ୍ କରିଥିଲା ଇଡି । ଅଭିଯୁକ୍ତ ପଙ୍କଜ ମିଶ୍ରା ବେଆଇନ ଭାବେ ୪୨ କୋଟି ଟାଙ୍କାର ସମ୍ପତି ହାତେଇଥିବା ଇଡି ଜାଣିବାକୁ ପାଇଛି । ଏହି ଦୁର୍ନୀତିରେ ପ୍ରାୟ ୧୦୦୦ କୋଟି ଟଙ୍କା ହେରଫେର କରାଯାଇଥିବାର ପ୍ରମାଣ ମିଳିଛି ବୋଲି ଇଡି ପକ୍ଷରୁ କୁହାଯାଇଛି ।

ପଙ୍କଜ ମିଶ୍ରା ଜଣେ ବିଧାୟକ ହୋଇଥିବାବେଳେ ସୋରେନ୍‌ଙ୍କ ଅତ୍ୟନ୍ତ ଅନୁଗତ । ତେଣୁ କ୍ଷମତାର ଅପବ୍ୟବହାର କରି ପଙ୍କଜ ଖଣି ଦୁର୍ନୀତିର ମୁଖ୍ୟ ସୂତ୍ରଧର ଥିଲେ ବୋଲି ଅଭିଯୋଗ ହୋଇଛି । ଇଡି ପକ୍ଷରୁ ଦେଶର ୪୭ଟି ସ୍ଥାନରେ ଚଢଉ କରାଯାଇ ଏପର୍ଯ୍ୟନ୍ତ ନଗଦ ୫.୩୪ କୋଟି ଟଙ୍କା ଜବତ କରାଯାଇଥିବାବେଳେ ୧୩.୩୨ କୋଟି ଟଙ୍କାର ବ୍ୟାଙ୍କ ଆକାଉଣ୍ଟକୁ ସିଲ୍ କରାଯାଇଛି ।

Leave A Reply

Your email address will not be published.