ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

ବିରାଟ ମନ୍ତ୍ର ଶୁଣି ରାହୁଲ ଫର୍ମକୁ ଫେରିଲେ

0

ଆଡିଲେଡ; ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ଉପରେ ଏବେ ପୂରା ଭାରତର ନଜର ରହିଛି। ଆଜି ମ୍ୟାଚ୍ ଜିତିଲେ, ଭାରତ ସେମିଫାଇନାଲ ଯିବ। ହେଲେ ଏଥିରେ ଯେଉଁ ଭୟଟି ରହିଥିଲା, ତାହା ହେଲା, ଓପନର୍ କେ ଏଲ୍ ରାହୁଲଙ୍କ ପ୍ରଦର୍ଶନ। ଏଯାଏ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରି ଆସୁଥିଲେ ରାହୁଲ। ଏମିତି ଯେ ଦୁଇ ଅଙ୍କ ଛୁଇଁବା କାଠିକର ପାଠ ହୋଇପଡ଼ିଥିଲା। ଭାରତ ଇତିମଧ୍ୟରେ ତିନିଟି ମ୍ୟାଚ୍ ଜିତିଥିଲା ସତ, ହେଲେ ସେଥିରେ ରାହୁଲଙ୍କ ଯୋଗଦାନ ଆଦୌ ନଥିଲା କହିଲେ ଚଳେ।

ହେଲେ ଆଜି ଏହି ସ୍ଥିତିରେ ବଡ ପରିବର୍ତ୍ତନ ଆସିଛି। ଆଜି ଓପନର ରାହୁଲ ଧିମା ଆରମ୍ଭ କରିଥିଲେ ହେଁ ପରବର୍ତ୍ତୀ ସମୟରେ ଅତି ସୁନ୍ଦର ପ୍ରଦର୍ଶନ କରିବା ସହିତ ପଚାଶ ରନ୍ କରିବାରେ ସକ୍ଷମ ହୋଇଛନ୍ତି। ପୁଣି ଥରେ ଫର୍ମକୁ ଫେରିବା ଖବର କେବଳ ରାହୁଲ ପ୍ରେମୀଙ୍କୁ ନୁହେଁ ପୂରା ଭାରତକୁ ଆଶ୍ବସ୍ତ କରିଛି।

ଆଜି ଭାରତୀୟ ଦଳର କ୍ୟାପଟେନ୍ ରୋହିତ ଶର୍ମା ଶୀଘ୍ର ଆଉଟ୍ ହୋଇଯାଇଥିଲେ ହେଁ ପୂରା ଦମଦାର ପ୍ରଦର୍ଶନ କରିଥିଲେ ରାହୁଲ। ଛକା ଚୌକା ବର୍ଷିଥିଲେ। ଏହା ଖେଳର ମାେଡ ବଦଳାଇ ଦେଇଥିଲା। ବିରାଟ କୋହଲି ତାଙ୍କୁ ଉତ୍ସାହିତ କରି ଚାଲିଥିଲେ ଓ ଭାରତ ବଡ ରନ୍ ମୁହାଁ ହୋଇଥିଲା। ଗତକାଲି ଅଭ୍ୟାସ ସମୟରେ ମଧ୍ୟ ବିରାଟ କୋହଲି ପିଚରେ ଦୀର୍ଘ ସମୟ ଧରି ରାହୁଲଙ୍କୁ ବୁଝାଉଥିବା ଦେଖିବାକୁ ମିଳିଥିଲା। ସମ୍ଭବତଃ ବିରାଟ ମନ୍ତ୍ର ପାଇବା ପରେ ରାହୁଲ ତାଙ୍କ ପୂରୁଣା ଫର୍ମକୁ ଫେରିଥାଇପାରନ୍ତି ବୋଲି କୁହାଯାଉଛି।

Leave A Reply

Your email address will not be published.