ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଗୁଜରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା

0

ନୂଆଦିଲ୍ଲୀ; ବାଜିଲା ଗୁଜରାଟ ସାଧାରଣ ନିର୍ବାଚନ ପାଇଁ ବିଗୁଲ । ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର । ଗତଥର ଭଳି ୨ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଗୁଜରାଟରେ ଡିସେମ୍ବର ୧ ଓ ୫ରେ ବିଧାନସଭା ନିର୍ବାଚନ ହେବ ଏବଂ ୮ ଡିସେମ୍ବରରେ ଫଳାଫଳ ଆସିବ ।

ମୁଖ୍ୟନିର୍ବାଚନ ଆୟୋଗ ରାଜୀବ କୁମାର ପ୍ରେସମିଟରେ ଏନେଇ ତାରିଖ ଘୋଷଣା କରିଛନ୍ତି । ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭା ପାଇଁ ମତଗ୍ରହଣ କରାଯିବ। ୩୩ ଜିଲ୍ଲାରେ ଚଳିତ ନିର୍ବାଚନରେ ୪ କୋଟି ୯୦ ଲକ୍ଷ ଭୋଟର ରହିଛନ୍ତି । ମତଦାନକୁ ଆଖିରେ ରଖି ୫୧ ହଜାର ୭୮୨ କେନ୍ଦ୍ର କରାଯାଇଛି । ୧୪୨ଟି ମତଦାନ କେନ୍ଦ୍ର ମଧ୍ୟ କରାଯାଇଛି । ମହିଳାଙ୍କ ପାଇଁ ୧୨୭୪ ମତଦାନ କେନ୍ଦ୍ର କରାଯାଇଛି । ଚଳିତ ନିର୍ବାଚନରେ ୪ ଲକ୍ଷ ୬୦ ହଜାର ଯୁବ ଭୋଟରଙ୍କୁ ସାମିଲ କରାଯାଇଛି । ୨୦୨୩ ଫେବ୍ରୁଆରୀ ୧୮ରେ ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି ।

Leave A Reply

Your email address will not be published.