ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ଼

0

ଇସଲମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହୋଇଛି ଗୁଳିମାଡ଼। ଏକ ରାଲିରେ ଯାଉଥିବା ବେଳେ ଇମ୍ରାନ ଖାନଙ୍କ କଣ୍ଟେନର ଉପରକୁ ଖୋଇଛି ଆଖିବୁଜା ଫାୟାରିଂ। ଏକ ରାଜନୈତିକ କାର୍ଯ୍ୟକ୍ରମ ଚାଲିଥିଲାବେଳେ ହୋଇଛି ଗୁଳିମାଡ  । ଗୁଳି ମାଡରେ ଇମ୍ରାନ ଖାନ୍ ଗୁରୁତର ଭାବେ  ହସ୍ପିଟାଲରେ ଭର୍ତ୍ତି ହୋଇଥିଲାବେଳେ ୯ଜଣ ଆହତ ହୋଇଥିବା ଜଣାପଡିଛି  । ସେପଟେ  ଗୁଳିମାଡରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଥିବାବେଳେ ଅଭିଯୁକ୍ତକୁ କାବୁ କରିନେଇଛନ୍ତି ଜଣେ ଯୁବକ। 

ସୂଚନାନୁସାରେ; ପାକିସ୍ତାନର ଓ୍ବାଜିରାବାଦ୍ରେରେ ରାଲି ଚାଲିଥିଲାବେଳେ ଘଟିଛି ଗୁଳିମାଡ  ।  ଗୁଳିମାଡ କରିଥିବା ଅପରାଧିକୁ ପୋଲିସ ଗିରଫ କରିଥିବା ସୂଚନା ରହିଛି  । ଅଭିଯୋଗ ହୋଇଛି ଯେ, ସାଧାରଣ ରାଲିରେ ଇମ୍ରାନ ଖାନଙ୍କୁ ହୋଇଛି ହତ୍ୟା ଉଦ୍ୟମ । ମିଳିଥିବା ସୂଚନା ମୁତାବକ ତାଙ୍କ ପାଦରେ ବାଜିଛି ଗୁଳି । ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଓ୍ବାଜିରାବାଦ୍ରେ ରାଲି ବେଳେ ଏକ ୪୭ରେ ଫାୟାରିଂ କରିଥିଲା ଅଭିଯୁକ୍ତ ।

ତେବେ ଗୁଳି ମାଡ଼ରେ ଅଭିଯୁକ୍ତର ମୃତ୍ୟୁ ହୋଇଛି । ଇମ୍ରାନ ଖାନ ରାଲିରେ ଥିବା ଆଉ ପାଞ୍ଚ ଜଣ ମଧ୍ୟ ଆହତ ହୋଇଛି । ଇମ୍ରାନଙ୍କ ଗୋଡ଼ରେ ୩ରୁ ୪ଟି ଗୁଳି ମାଡ଼ ହୋଇଛି। ଗୁଳିମାଡ଼ ପରେ ତାଙ୍କୁ ବୁଲେଟ ପ୍ରୁଫ କାର୍‌ରେ ଭର୍ତ୍ତି କରାଯିବା ସହ ସେଠାରୁ ଲାହୋର ସ୍ଥିତ ହସ୍ପିଟାଲକୁ ନିଆଯାଇଛି। ଗୁଳିମାଡ଼ କରିଥିବା ଯୁବକର ପରିଚୟ ମିଳିନାହିଁ। କିନ୍ତୁ ତା’ ମୁହଁ କ୍ୟାମେରାରେ କଏଦ ହୋଇଥିଲା। ସେହି ଆଧାରରେ ସୁରକ୍ଷାକର୍ମୀମାନେ ତୁରନ୍ତ ତାକୁ ଗିରଫ କରିଛନ୍ତି।ଗୁଳିମାଡ଼ ପରେ ନୂଆ ଜୀବନ ପାଇଲି ବୋଲି ଇମ୍ରାନ କହିଛନ୍ତି । ଆଗକୁ ସଂଗ୍ରାମ ଜୋର ହେବ ବୋଲି ସେ କହିଛନ୍ତି । ସେପଟେ ଏଭଳି ଗୁଳି ମାଡ଼ ପାଇଁ ସରକାରୀ ଦଳକୁ ଦାୟୀ କରିଛି ଇମ୍ରାନଙ୍କ ପାର୍ଟି ପିଟିଆଇ । ଏହା ଇମ୍ରାନଙ୍କ ଉପରେ ନୁହେଁ ପାକିସ୍ତାନ ଉପରେ ଆକ୍ରମଣ ବୋଲି ପିଟିଆଇ ନେତା କହିଛନ୍ତି ।


Leave A Reply

Your email address will not be published.