ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ଼

0

ଇସଲମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହୋଇଛି ଗୁଳିମାଡ଼। ଏକ ରାଲିରେ ଯାଉଥିବା ବେଳେ ଇମ୍ରାନ ଖାନଙ୍କ କଣ୍ଟେନର ଉପରକୁ ଖୋଇଛି ଆଖିବୁଜା ଫାୟାରିଂ। ଏକ ରାଜନୈତିକ କାର୍ଯ୍ୟକ୍ରମ ଚାଲିଥିଲାବେଳେ ହୋଇଛି ଗୁଳିମାଡ  । ଗୁଳି ମାଡରେ ଇମ୍ରାନ ଖାନ୍ ଗୁରୁତର ଭାବେ  ହସ୍ପିଟାଲରେ ଭର୍ତ୍ତି ହୋଇଥିଲାବେଳେ ୯ଜଣ ଆହତ ହୋଇଥିବା ଜଣାପଡିଛି  । ସେପଟେ  ଗୁଳିମାଡରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଥିବାବେଳେ ଅଭିଯୁକ୍ତକୁ କାବୁ କରିନେଇଛନ୍ତି ଜଣେ ଯୁବକ। 

ସୂଚନାନୁସାରେ; ପାକିସ୍ତାନର ଓ୍ବାଜିରାବାଦ୍ରେରେ ରାଲି ଚାଲିଥିଲାବେଳେ ଘଟିଛି ଗୁଳିମାଡ  ।  ଗୁଳିମାଡ କରିଥିବା ଅପରାଧିକୁ ପୋଲିସ ଗିରଫ କରିଥିବା ସୂଚନା ରହିଛି  । ଅଭିଯୋଗ ହୋଇଛି ଯେ, ସାଧାରଣ ରାଲିରେ ଇମ୍ରାନ ଖାନଙ୍କୁ ହୋଇଛି ହତ୍ୟା ଉଦ୍ୟମ । ମିଳିଥିବା ସୂଚନା ମୁତାବକ ତାଙ୍କ ପାଦରେ ବାଜିଛି ଗୁଳି । ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଓ୍ବାଜିରାବାଦ୍ରେ ରାଲି ବେଳେ ଏକ ୪୭ରେ ଫାୟାରିଂ କରିଥିଲା ଅଭିଯୁକ୍ତ ।

ତେବେ ଗୁଳି ମାଡ଼ରେ ଅଭିଯୁକ୍ତର ମୃତ୍ୟୁ ହୋଇଛି । ଇମ୍ରାନ ଖାନ ରାଲିରେ ଥିବା ଆଉ ପାଞ୍ଚ ଜଣ ମଧ୍ୟ ଆହତ ହୋଇଛି । ଇମ୍ରାନଙ୍କ ଗୋଡ଼ରେ ୩ରୁ ୪ଟି ଗୁଳି ମାଡ଼ ହୋଇଛି। ଗୁଳିମାଡ଼ ପରେ ତାଙ୍କୁ ବୁଲେଟ ପ୍ରୁଫ କାର୍‌ରେ ଭର୍ତ୍ତି କରାଯିବା ସହ ସେଠାରୁ ଲାହୋର ସ୍ଥିତ ହସ୍ପିଟାଲକୁ ନିଆଯାଇଛି। ଗୁଳିମାଡ଼ କରିଥିବା ଯୁବକର ପରିଚୟ ମିଳିନାହିଁ। କିନ୍ତୁ ତା’ ମୁହଁ କ୍ୟାମେରାରେ କଏଦ ହୋଇଥିଲା। ସେହି ଆଧାରରେ ସୁରକ୍ଷାକର୍ମୀମାନେ ତୁରନ୍ତ ତାକୁ ଗିରଫ କରିଛନ୍ତି।ଗୁଳିମାଡ଼ ପରେ ନୂଆ ଜୀବନ ପାଇଲି ବୋଲି ଇମ୍ରାନ କହିଛନ୍ତି । ଆଗକୁ ସଂଗ୍ରାମ ଜୋର ହେବ ବୋଲି ସେ କହିଛନ୍ତି । ସେପଟେ ଏଭଳି ଗୁଳି ମାଡ଼ ପାଇଁ ସରକାରୀ ଦଳକୁ ଦାୟୀ କରିଛି ଇମ୍ରାନଙ୍କ ପାର୍ଟି ପିଟିଆଇ । ଏହା ଇମ୍ରାନଙ୍କ ଉପରେ ନୁହେଁ ପାକିସ୍ତାନ ଉପରେ ଆକ୍ରମଣ ବୋଲି ପିଟିଆଇ ନେତା କହିଛନ୍ତି ।


Leave A Reply

Your email address will not be published.