ପ୍ରମୁଖ ଖବର

ଏସ୍‌ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ଦିଲ୍ଲୀରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍କୁଲ ବନ୍ଦ

0

ନୂଆଦିଲ୍ଲୀ; ରାଜଧାନୀ ଦିଲ୍ଲୀରେ ବଢିବାରେ ଲାଗିଛି ବାୟୁ ପ୍ରଦୂଷଣ । ପ୍ରଦୂଷଣକୁ ଆଖି ଆଗରେ ରଖି ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନୋଏଡାରେ ପ୍ରାଇମେରୀ ସ୍ତରର ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନଲାଇନରେ କ୍ଲାସ କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ମଧ୍ୟ ଅନଲାଇନରେ କ୍ଲାସ କରିବାକୁ ପରାମର୍ଶ ଦିଆଯାଇଛି ।

ଏନେଇ ଆଜି କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି । ଏଥିସହ ଦିଲ୍ଲୀରେ ଅଡ୍‌-ଇଭେନ୍ ଲାଗୁ କରିବା ପାଇଁ ଚିନ୍ତା କରାଯାଉଥିବା ନେଇ ମଧ୍ୟ କେଜ୍ରିୱାଲ କହିଛନ୍ତି । ଦିଲ୍ଲୀରେ ବାୟୁର ଗୁଣବତ୍ତା ଦିନକୁ ଦିନ ଅତ୍ୟନ୍ତ ଖାରପ ଶ୍ରେଣୀରେ ପହଞ୍ଚିଲାଣି। ଏଠାରେ ନିଶ୍ୱାସ ନେବା ବି ମୁସ୍‌କିଲ ହେଲାଣି। ଆଜି ସକାଳୁ ଗୁରଗ୍ରାମରେ AQI ୫୩୫ ପାର କରିଥିବା ବେଳେ ନୋଏଡାରେ ପ୍ରଦୂଷଣ ସ୍ତର ୫୬୦ ପାର କରିଛି । ପ୍ରଦୂଷଣ ଅତିମାତ୍ରାରେ ବଢିଯାଇଥିବାରୁ ବୟସ୍କ ଓ ଛାତ୍ରଛାତ୍ରୀଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଲୋକମାନଙ୍କୁ କମ୍ ଗାଡ଼ି ବ୍ୟବହାର କରିବା ସହ ୱାର୍କ ଫ୍ରମ ହୋମ କରିବାକୁ ଅପିଲ କରିଛନ୍ତି।

Leave A Reply

Your email address will not be published.