ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ଧାମନଗର ଫଳାଫଳକୁ ନେଇ ଚର୍ଚ୍ଚା

0

ଭଦ୍ରକ: ଆସନ୍ତାକାଲି ମିଳିବ ଧାମନଗର ଉପନିର୍ବାଚନ ଫଳାଫଳ। କିଏ ବାଜିମାତ୍ କରିବ କାଲି ଜଣାପଡ଼ିବ। କଡ଼ା ସୁରକ୍ଷା ଭିତରେ ଇଭିଏମ୍‌ଗୁଡ଼ିକୁ ରଖାଯାଇଥିବା ବେଳେ କାଲି ସକାଳ ୮ରୁ ଆରମ୍ଭ ହେବ ଭୋଟ୍ ଗଣତି ହେବ। ଭୋଟ୍ ଗଣତି ଲାଗି ଭଦ୍ରକ ସଂସ୍କୃତି ଭବନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୪ଟି ଟେବୁଲରେ, ୧୮ ରାଉଣ୍ଡରେ ଗଣତି ହେବ। ସରକାରୀ ଭାବେ ଏଥର ୬୮ ଦଶମିକ ୯୮ ପ୍ରତିଶତ ଭୋଟ୍ ହୋଇଛି ବୋଲି ଘୋଷଣା କରାଯାଇଛି। ଇଭିଏମରେ ଭୋଟ୍ ଗ୍ରହଣ ହୋଇଥିବାରୁ ଦିନ ୨ ଟା ସୁଦ୍ଧା ସମସ୍ତ ଫଳାଫଳ ମିଳିଯିବ ବୋଲି ଆଶା କରାଯାଉଛି।

ଫଳାଫଳ ଆସିବା ନେଇ ବଢିବାରେ ଲାଗିଛି ରାଜନୈତିକ ଦଳ ଭିତରେ ଉତ୍କଣ୍ଠା। ବିଜେପି, ବିଜେଡି ଓ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ ମଧ୍ୟରେ କଡା ଟକ୍କର ହୋଇଥିବାରୁ ‌ଆଗୁଆ କିଛି କହିହେଉନାହିଁ। ୨୦୧୯ରେ ବିଷ୍ଣୁ ସେଠୀ ଯେତିକି ଭୋଟ୍ ବ୍ୟବଧାନରେ ଜିତିଥିଲେ ଏଥର ତାଠୁ ଅଧିକ ଭୋଟରେ ପୁଅ ସୂଯର୍ୟବଂଶୀ ସୂରଜ ଜିତିବେ ବୋଲି ଦଳ ବିଶ୍ୱାସ ରଖିଛି। ସେହିପରି ଶାସକ ବିଜେଡି ବି ଦଳୀୟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ନେଇ ଦୃଢୋକ୍ତି କରିଛି। କିନ୍ତୁ କଂଗ୍ରେସ ପାଇଁ ରାସ୍ତା ସଫା ହୋଇପାରୁନି।

Leave A Reply

Your email address will not be published.