ପ୍ରମୁଖ ଖବର

ଆଗାମୀ ୪୮ ଘଣ୍ଟା ପରେ ପୁଣି ବଢିବ ତାତି, ଏନେଇ ପାଣିପାଗ କେନ୍ଦ୍ର ଭୁବନେଶ୍ୱରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି
୧୬ ତାରିଖରେ ଭୁବନେଶ୍ୱରରେ ମେଗା ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ: ଗଙ୍ଗନଗର ଛକରୁ ବାହାରି ରୁପାଲି ଛକରେ ପହଁଚିବ ନବୀନଙ୍କ ବିଶାଳ ଯାତ୍ରା
ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ, ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୧୭ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ
ନାମାଙ୍କନ ଭରିଲେ ମୋଦୀ, ବାରାଣାସୀ ଆସନରୁ ତୃତୀୟ ଥର ପାଇଁ କଲେ ପ୍ରାର୍ଥୀପତ୍ର ଦାଖଲ
ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ
ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ପରଲୋକ

ଆଡ଼ରୁଷା ମାରିଲେଣି ବିଜେଡି ତୁଙ୍ଗ ନେତା

0

କାଲି ଯିଏ ପ୍ରଭାବଶାଳୀ, ଆଜି ସେ ଅଲୋଡ଼ା

ଭବିଷ୍ୟତର ନେତାଙ୍କୁ ଥଇଥାନ କଲେ ସୁପ୍ରିମୋ

ସଂଗଠନରେ ଆଉ କିଛି ଗୁରୁତ୍ବ ପାଇବେ

ଅନଙ୍ଗ, ମହେଶ୍ୱରଙ୍କ ଭଳି ନେତା ଆଉ ପାଇବେନି ଗୁରୁତ୍ବ

ଭୁବନେଶ୍ୱର: ବିଜୁ ଜନତା ଦଳ ଟିକେଟରେ ଯେଉଁମାନେ ଗତ ନିର୍ବାଚନ ଲଢ଼ିଥିଲେ, ସେମାନଙ୍କୁ ଥଇଥାନ ପ୍ରସଙ୍ଗରେ ବିଜେଡି ସୁପ୍ରିମୋଙ୍କ ନିରବତା ଏବେ ଦଳରେ ଚର୍ଚ୍ଚାର ବିଷୟ ହୋଇଛି। ପାଖାପାଖି ୪୦ରୁ ଅଧିକ ଟିକେଟ ପାଇନଥିବା ନେତାଙ୍କୁ ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ କେବଳ ନିଯୁକ୍ତି ଦେଇଛନ୍ତି ତା ନୁହେଁ, ପାଖାପାଖି ୧୦ରୁ ଅଧିକ ମନ୍ତ୍ରୀ ଓ ଅନ୍ୟାନ୍ୟ ପାହ୍ୟା ପାଇଛନ୍ତି। ଗଣମାଧମରେ ଏ ସଂକ୍ରାନ୍ତରେ ଖବର ପ୍ରକାଶ ପରେ ନିର୍ବାଚନ ପୂର୍ବରୁ ନିଜକୁ ଅତ୍ୟନ୍ତ କ୍ଷମତାଶାଳୀ ବୋଲି ଦାବି କରୁଥିବା ନେତାଙ୍କ ମୁଣ୍ଡ ଘୁରାଇଯାଉଛି। କାରଣ ସେମାନଙ୍କ ଦବଦବା ଆଉ କାମ କରୁନି। ଏପରିକି ସେମାନଙ୍କ ସୁପାରିସ ଅନୁସାରେ ନୁହେଁ ବରଂ ସୁପ୍ରିମୋ ତାଙ୍କ ଆବଶ୍ୟକତା କୁ ଦେଖି ଦାୟିତ୍ବ ଦେଇଛନ୍ତି। ଫଳରେ ମାତ୍ର ୫ ମାସ ମଧ୍ୟରେ ପ୍ରାୟ ୧୨ରୁ ଅଧିକ ଛାମୁଆ ନେତାଙ୍କ ପ୍ରଭାବ କମିଯାଇଛି। ନିର୍ବାଚନ ପରେ ପରେ ହୋଇଥିବା ରାଜ୍ୟସଭା ଆସନ ପାଇଁ ମଧ୍ୟ ମୁଖିଆ ସେମାନଙ୍କ ମଧ୍ୟରୁ କାହାକୁ ବାଛି ନଥିଲେ।

ରାଜନୈତିକ ମହଲର କହିବା କଥା ଯେ ବଲାଙ୍ଗୀର ଜିଲ୍ଲାରେ ମୁଖିଆ ନବୀନ ପଟ୍ଟନାୟକଙ୍କ ଡୁନ ବନ୍ଧୁଙ୍କର ଆଉ କୌଣସି ପ୍ରଭାବ ନାହିଁ। ତାଙ୍କ ପରିବାରର ଦୁଇ ଜଣ ଟିକେଟ ନେଇ ହାରିଯିବା ପରେ ସେମାନେ ଦଳ ଓ ଜିଲ୍ଲାରେ ଗୁରୁତ୍ବ ହରାଇଛନ୍ତି। ସେଠାରେ ଭବିଷ୍ୟତରେ ଓଡିଶା ପର୍ଯ୍ୟଟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କୁ ନେଇ ନବୀନ ଆଗାମୀ ଦିନରେ ପରୀକ୍ଷା ନିରୀକ୍ଷା କରିପାରନ୍ତି। ସ୍ଥାନୀୟ ନେତା ତାଙ୍କୁ ସବୁ ବିରୋଧ କରିବା ପରେ ବି ସେ ଧର୍ଯ୍ୟର ସହ ଦଳ ପାଇଁ କାମ କରିଥିଲେ। ସେହିପରି ପୁରୀରେ ମହେଶ୍ୱର ମହାନ୍ତିଙ୍କ ବିରୋଧରେ ପ୍ରଚଣ୍ଡ ଜନମତ ବିଜେଡିକୁ ଦୋହଲାଇ ଦେଇଛି। ଦଳ ତାଙ୍କ ସହ ରହିଲେ, ନବୀନଙ୍କୁ ଭଲ ପାଉଥିବା ନେତା ମୁହଁ ମୋଡ଼ିବେ। ଏଣୁ ମୁଖିଆ ତାଙ୍କୁ ବାଦ ଦେଇ ସେଠାରେ ସଂଗଠନ ଆଗକୁ ନେବାର ସମ୍ଭାବନା ଅଧିକ। ପାଟକୁରାରେ ଭବିଷ୍ୟତରେ ସାବିତ୍ରୀ ଅଗ୍ରୱାଲ କିମ୍ବା ତାଙ୍କ ପରିବାର ଟିକେଟ ପାଇବା ସମ୍ଭାବନା କ୍ଷୀଣ। ଯୁବ ନେତା ଅମରେଶ ପତ୍ରୀଙ୍କୁ ନେଇ ଦଳ ସେଠାରେ ନିଜ ଶକ୍ତି ପରୀକ୍ଷା କରିପାରେ।

ଅନ୍ୟପକ୍ଷରେ ସଞ୍ଜୟ ଦାସବର୍ମାଙ୍କ ଭଳି ନେତାଙ୍କୁ କିନ୍ତୁ ନବୀନ ଅଣ ଦେଖା କରିବେ ନାହିଁ। ଯଦିଓ କୌଣସି ସରକାରୀ ପଦପଦବୀରେ ତାଙ୍କୁ ନିଯୁକ୍ତି ମିଳିବ ନାହିଁ, ସଂଗଠନରେ ଓଜନିଆ ଦାୟିତ୍ୱ ମିଳିବ। ପୁଷ୍ପେନ୍ଦ୍ର ସିଂହଦେଓ, ରବୀନ୍ଦ୍ର ଜେନା, ପ୍ରମୁଖଙ୍କୁ ନିଜ ନିଜ ଗଡ ସମ୍ଭାଳିବାକୁ କୁହାଯାଇପାରେ। ଆସନ୍ତା ପୌର ନିର୍ବାଚନରେ ନବୀନ ନିଜର ଦବଦବା ଦେଖାଇବାକୁ ଚାହିଁବେ। ତେବେ ଯାଇ କେନ୍ଦ୍ରର ବିଜେପି ନେତାଙ୍କ ନିକଟରେ ତାଙ୍କର ଗୁରୁତ୍ୱ ରହିବ। ଅନ୍ୟଥା ବିଜେପି ଅନ୍ୟ ରାଜ୍ୟଭଳି ଏଠାରେ ବି ବିଜେଡିକୁ ଗିଳିବାକୁ ଚେଷ୍ଟା କରିପାରେ। ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ହାସଲ ପରେ ବିଜେଡି ପ୍ରତି ପୁଣି କଠୋର ଆଚରଣ ପ୍ରଦର୍ଶନ କରିବା ଅସମ୍ଭବ ନୁହେଁ।

ଏଠାରେ ପ୍ରକାଶ ଥାଉକି, ନବୀନ ପଞ୍ଚମ ପାଳିରେ ରଣନୀତି ପରିବର୍ତ୍ତନ କରି ସରକାର ଓ ଦଳକୁ ଅଲଗା ଅଲଗା ରଖିବାକୁ ଚାହୁଁଛନ୍ତି। ଆଜିଦିନରେ ପ୍ରଣବ ପ୍ରକାଶ ଦାସ ଆଗରେ ଅଛନ୍ତି। କିନ୍ତୁ ସାଙ୍ଗଠନିକ ନିର୍ବାଚନ ପରେ ସମଷ୍ଟିଗତ ଭାବେ ନବୀନ ଦଳକୁ ଆଗକୁ ନେବେ ବୋଲି ଏହି ମହଲ ମତ ରଖୁଛନ୍ତି।

Leave A Reply

Your email address will not be published.