ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ହିମାଚଳ ପ୍ରଦେଶ ବିଧାନସଭା ଆସନ ପାଇଁ ଆଜି ପଡୁଛି ଭୋଟ

0

ନୂଆଦିଲ୍ଲୀ; ଆଜି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପଡୁଛି ଭୋଟ । ସକାଳ ୮ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲୁ ରହିବ ମତଦାନ । ଏହି ପାହାଡି ରାଜ୍ୟରେ ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ ୫୫ ଲକ୍ଷରୁ ଅଧିକ ଭୋଟର । ମୋଟ ୬୮ ବିଧାନସଭା ଆସନରେ ୭ହଜାର ୮୮୧ ମତଦାନ କେନ୍ଦ୍ର କରାଯାଇଛି । ସେଥିମଧ୍ୟରୁ ୭୮୯ ସମ୍ବେଦନଶୀଳ ଏବଂ ୩୯୭ଟି ଅତି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି ।

ମତଦାନକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ୍ ପୂରା ପ୍ରସ୍ତୁତି କରିଛନ୍ତି । ନିର୍ବାଚନୀ ଦାୟିତ୍ୱରେ ରହିଛନ୍ତି ୩୨ ହଜାର କର୍ମଚାରୀ । ନିର୍ବାଚନ ପାଇଁ ୧୪୨ଟି ପୋଲିଂ ବୁଥ ମଧ୍ୟ କରାଯାଇଥିଲା, ଯାହାର ପରିଚାଳନା ଦାୟିତ୍ୱ ତୁଲାଇବେ ଭିନ୍ନକ୍ଷମ କର୍ମଚାରୀ । ଏଥର ହିମାଚଳ ପ୍ରଦେଶରେ ୮୦ ବର୍ଷରୁ ଊଦ୍ଧ୍ୱର୍ ବୟସର ୧ଲକ୍ଷ ୨୧ହଜାର ୪୦୯ ଜଣ ମତଦାତା ରହିଛନ୍ତି । ତେବେ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ ହିମାଚଳ ପ୍ରଦେଶର ଫଳାଫଳ ।

ସେପଟେ ହିମାଚଳ ପ୍ରଦେଶରେ ବିଜେପି, କଂଗ୍ରେସ ଓ ଆପ୍ ମଧ୍ୟରେ ଜୋରଦାର ଟକ୍କର ହେଉଛି। ନିର୍ବାଚନ ପୂର୍ବରୁ ସବୁ ଦଳ ମାଳମାଳ ପ୍ରତିଶ୍ରୁତି ଦେଇଛନ୍ତି । ଗୁରୁବାର ଥିଲା ପ୍ରଚାରର ଶେଷ ଦିନ । ଏଣୁ ବିଭିନ୍ନ ଦଳ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.