ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ବିପାଶା ବସୁଙ୍କ ଘରକୁ ଆସିଲା କୁନି ପରି

0

ବ୍ଲାକ୍ ବିଉଟିଙ୍କ ଘରକୁ ଆସିଲେ ନୂଆ ଅତିଥି । କନ୍ୟା ସନ୍ତାନର ଜନନୀ ହେଲେ ବିପାଶା ବସୁ । ୪୩ ବର୍ଷରେ ମା’ ହେବାର ସୌଭାଗ୍ୟ ପାଇଛନ୍ତି ବିପାଶା । ନୂଆ ଅତିଥିକୁ ନେଇ ଅଭିନେତ୍ରୀ ବିପାଶା ବସୁ ଓ କରଣ ସିଂଙ୍କୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପରେ ବଲିଉଡର ଏହି କପୁଲ ମଧ୍ୟ ପ୍ୟାରେଣ୍ଟ କ୍ଲବରେ ଯୋଗ ଦେଇଛନ୍ତି । ଗତ ଅଗଷ୍ଟ ମାସରେ ବିପାସା ଓ କରଣ ପ୍ରେଗ୍ନାନସୀର ଆନାଉନ୍ସ କରିଥିଲେ । ଉଭୟ ସୋସିଆଲ ମିଡିଆରେ ବେବି ବମ୍ପ ସେଆର କରିଥିଲେ। ଯାହା ଖୁବ୍ ଭାଇରାଲ ମଧ୍ୟ ହୋଇଥିଲା। ରିପୋର୍ଟ ଅନୁସାରେ ଶନିବାର ଦମ୍ପତ୍ତି ଏକ କନ୍ୟାସନ୍ତାନର ମାତାପିତା ହୋଇଛନ୍ତି ।

ବିପାସା ଓ କରଣଙ୍କ ବିବାହ ୨୦୧୬ ମସିହାରେ ହୋଇଥିଲା। ବିବାହର ୬ ବର୍ଷ ପରେ ଦମ୍ପତ୍ତି ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି । ପ୍ରେଗ୍ନାନସୀ କାଳରେ ବିପାସା ଅନେକବାର ତାଙ୍କର ମେଟରନିଟି ସୁଟ୍ କରାଇଥିଲେ । ଏହି ସବୁ ଫଟୋ ଭାଇରାଲ ହେବା ପରେ ତାଙ୍କୁ ଅନେକ କମ୍ପ୍ଲିମେଣ୍ଟସ୍ ମଧ୍ୟ ମିଳିଥିଲା । କିଛିଦିନ ପୂର୍ବରୁ ‘ବମ୍ବେ ଟାଇମ୍ସ’କୁ ଦେଇଥିବା ସାକ୍ଷାତକାରରେ ବିପାସା ଏକ କନ୍ୟା ସନ୍ତାନ ଚାହୁଁଥିବା କହିଥିଲେ । ଘରକୁ ଏକ ବେବି ଗାର୍ଲ ଆସୁ ବୋଲି କହିଥିଲେ । ତାଙ୍କ ଆଶା ଏବେ ପୂରଣ ହୋଇଛି। କରଣ ଓ ବିପାସାଙ୍କର ଏକ ଝିଅଟିଏ ହୋଇଛି। ଯାହାକୁ ନେଇ ଉଭୟ ଏବେ ବେଶ୍ ଖୁସ୍ ଅଛନ୍ତି।

Leave A Reply

Your email address will not be published.