ପ୍ରମୁଖ ଖବର

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍
ଆତ୍ମସମର୍ପଣ କଲେ ୩୧ ମାଓବାଦୀ
ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ
ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ

ମହାକାଶକୁ ଗଲା ଚୀନର ମାଲବାହୀ ରକେଟ୍

0

ଇତିହାସ ରଚିବା ଲକ୍ଷ୍ୟରେ ଚୀନ । ମହାକାଶକୁ ମାଲବାହୀ ରକେଟ୍ ଛାଡ଼ିଲା ଚୀନ । ଶନିବାର ସକାଳେ ତିଆନଜୁ-୫ ନାମକ ମାଲବାହୀ ମହାକାଶ ଯାନକୁ ଲଙ୍ଗ୍ ମାର୍ଚ୍ଚ-୭ ନାମକ ରକେଟ ମାଧ୍ୟମରେ ମହାକାଶକୁ ପଠାଯାଇଛି । ଏହାକୁ ଦକ୍ଷିଣ ଚୀନ ହେନାନ ପ୍ରଦେଶସ୍ଥିତ ଓ୍ବେନଚାଙ୍ଗ୍ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଛି । ଏହା ଆଶାନୁରୂପ ଭାବେ ନିଜର କକ୍ଷପଥରେ ସ୍ଥାପିତ ହୋଇଛି ବୋଲି ଚାଇନା ମାନଡ୍ ସ୍ପେସ ଏଜେନ୍ସି କହିଛି ।


ସୂଚନା ଅନୁଯାୟୀ ମହାକାଶରେ ଥିବା ଚୀନର ମହାକାଶ କେନ୍ଦ୍ର ତିଆନଗଙ୍ଗକୁ ଏହା ଆବଶ୍ୟକ ଜରୁରୀ ସାମଗ୍ରୀ ବହନ କରିନେଇଛି । ଏହି ମହାକାଶ କେନ୍ଦ୍ରରେ ବର୍ତ୍ତମାନ ଥିବା ମହାକାଶଚାରୀ ଓ ନିକଟରେ ଯିବାକୁ ଥିବା ପରବର୍ତ୍ତୀ ମହାକାଶଚାରୀଙ୍କ ସାମଗ୍ରୀ ମଧ୍ୟ ପଠାଯାଇଛି । ଚଳିତ ମାସରେ ହିଁ କେତେକ ମହାକାଶଚାରୀଙ୍କୁ ନେଇ ଚୀନର ସେନଝୁ-୧୫ ମହାକାଶ ଯାନ ମହାକାଶକୁ ଯାତ୍ରା କରିବ । ବର୍ତ୍ତମାନ ଥିବା ମହାକାଶଚାରୀଙ୍କ ପାଇଁ କେତେକ ଉପହାର ବି ପଠାଯାଇଛି ।


ସୂଚନାଯୋଗ୍ୟ ଯେ, ପୂର୍ବରୁ ମହାକାଶରେ ଏକ ମହାକାଶ କେନ୍ଦ୍ର ଥିବାବେଳେ ଏବେ ଚୀନ ପକ୍ଷରୁ ଆଉ ଏକ ମହାକାଶ କେନ୍ଦ୍ର ତିଆନଗଙ୍ଗ ତିଆରି ଚାଲିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ନିର୍ମାଣ କାମ ସଂପୂର୍ଣ୍ଣ ହେବ ବୋଲି ଚୀନର ମହାକାଶ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.