ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ମହାକାଶକୁ ଗଲା ଚୀନର ମାଲବାହୀ ରକେଟ୍

0

ଇତିହାସ ରଚିବା ଲକ୍ଷ୍ୟରେ ଚୀନ । ମହାକାଶକୁ ମାଲବାହୀ ରକେଟ୍ ଛାଡ଼ିଲା ଚୀନ । ଶନିବାର ସକାଳେ ତିଆନଜୁ-୫ ନାମକ ମାଲବାହୀ ମହାକାଶ ଯାନକୁ ଲଙ୍ଗ୍ ମାର୍ଚ୍ଚ-୭ ନାମକ ରକେଟ ମାଧ୍ୟମରେ ମହାକାଶକୁ ପଠାଯାଇଛି । ଏହାକୁ ଦକ୍ଷିଣ ଚୀନ ହେନାନ ପ୍ରଦେଶସ୍ଥିତ ଓ୍ବେନଚାଙ୍ଗ୍ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଛି । ଏହା ଆଶାନୁରୂପ ଭାବେ ନିଜର କକ୍ଷପଥରେ ସ୍ଥାପିତ ହୋଇଛି ବୋଲି ଚାଇନା ମାନଡ୍ ସ୍ପେସ ଏଜେନ୍ସି କହିଛି ।


ସୂଚନା ଅନୁଯାୟୀ ମହାକାଶରେ ଥିବା ଚୀନର ମହାକାଶ କେନ୍ଦ୍ର ତିଆନଗଙ୍ଗକୁ ଏହା ଆବଶ୍ୟକ ଜରୁରୀ ସାମଗ୍ରୀ ବହନ କରିନେଇଛି । ଏହି ମହାକାଶ କେନ୍ଦ୍ରରେ ବର୍ତ୍ତମାନ ଥିବା ମହାକାଶଚାରୀ ଓ ନିକଟରେ ଯିବାକୁ ଥିବା ପରବର୍ତ୍ତୀ ମହାକାଶଚାରୀଙ୍କ ସାମଗ୍ରୀ ମଧ୍ୟ ପଠାଯାଇଛି । ଚଳିତ ମାସରେ ହିଁ କେତେକ ମହାକାଶଚାରୀଙ୍କୁ ନେଇ ଚୀନର ସେନଝୁ-୧୫ ମହାକାଶ ଯାନ ମହାକାଶକୁ ଯାତ୍ରା କରିବ । ବର୍ତ୍ତମାନ ଥିବା ମହାକାଶଚାରୀଙ୍କ ପାଇଁ କେତେକ ଉପହାର ବି ପଠାଯାଇଛି ।


ସୂଚନାଯୋଗ୍ୟ ଯେ, ପୂର୍ବରୁ ମହାକାଶରେ ଏକ ମହାକାଶ କେନ୍ଦ୍ର ଥିବାବେଳେ ଏବେ ଚୀନ ପକ୍ଷରୁ ଆଉ ଏକ ମହାକାଶ କେନ୍ଦ୍ର ତିଆନଗଙ୍ଗ ତିଆରି ଚାଲିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ନିର୍ମାଣ କାମ ସଂପୂର୍ଣ୍ଣ ହେବ ବୋଲି ଚୀନର ମହାକାଶ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.