ଆଜିଠୁ ପାରାଦୀପ ଉପକୂଳରେ ‘ସି-ଭିଜିଲ୍’ । ଅର୍ଥାତ୍ ସାମୁଦ୍ରିକ ସୀମାରେ ଅନୁପ୍ରବେଶ ରୋକିବା ପାଇଁ ଅଭ୍ୟାସ କରିବ ନୌସେନା । ଏହି ପ୍ରସ୍ତୁତି ଅଭ୍ୟାସର ନାଁ ରଖାଯାଇଛି ‘ସି-ଭିଜିଲ୍’। ଓଡିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଆଦି ୪ଟି ରାଜ୍ୟ ମିଳିତ ଭାବେ ଏହି ସମରାଭ୍ୟାସ କରିବେ। ନୌସେନା ସହ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ୧୩ରୁ ଅଧିକ ସଂସ୍ଥା ଏହି ଅଭ୍ୟାସରେ ସାମିଲ ହେବେ। ଏହି ସମରାଭ୍ୟାରେ ସମସ୍ତ ସଂସ୍ଥା ରେଡ୍ ଓ ବ୍ଲୁ ଟିମ୍ ନାମକ ଦୁଇଟି ଭାଗରେ ବିଭକ୍ତ ହେବେ । ମାଛଧରା ବନ୍ଦର, ମହାନଦୀ ମୁହାଣ, ଏକ୍ସକ୍ଲ୍ୟୁସିଭ ଇକୋନୋମିକ୍ ଜୋନ, ବସ୍ତି, ରାଡାର ଷ୍ଟେସନ, ବତୀଘର, ସିନେମା ହଲ୍, ଟ୍ରେଡ୍ ସେଣ୍ଟର, ବସଷ୍ଟାଣ୍ଡ, ବନ୍ଦର ଫାଟକ, ପ୍ରଶାସନିକ ଭବନ, ଶିଳ୍ପ କାରଖାନା ଫାଟକ ଆଦି ସ୍ଥାନକୁ ରେଡ୍ ଟିମ୍ ଟାର୍ଗେଟ କରିବାର ସମ୍ଭାବନା ରହିଛି। ତେଣୁ ବ୍ଲୁ ଟିମ୍ ଏସବୁ ସ୍ଥାନରେ ଆକ୍ସନକୁ ଓହ୍ଲାଇବ ଏବଂ ଏହାର ରକ୍ଷା କରିବାକୁ ପ୍ରୟାସ କରିବ ।
ପ୍ରମୁଖ ଖବର
କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍, ୧୨,୫୭୨ ଅଯୋଗ୍ୟ ଘୋଷିତ