ଆତ୍ମହତ୍ୟା କଲେ ଓଡିଆ RAW ଅଧିକାରୀ । ଦିଲ୍ଲୀ ଲୋଧି କଲୋନୀ ସ୍ଥିତ RAW ଅଫିସ ମୁଖ୍ୟାଳୟର ୧୦ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଓଡିଆ ଅଫିସରଙ୍କ ନାଁ ଅନିକେତ କୁମାର । ସେ କଟକର ବାସିନ୍ଦା । ସୋମବାର ସକାଳେ ସେ ୧୦ ମହଲା ଉପରେ ଥିବା ତାଙ୍କ ଅଫିସରେ ପହଞ୍ଚିବା ପରେ ଝରକାରୁ ଡେଇଁ ପଡିଥଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ତାଙ୍କ ମୃତଦେହର ପୋଷ୍ଟମର୍ଟମ କରାଯିବ। ତେବେ ଅନିକେତ ଆତ୍ମହତ୍ୟା କାହିଁକି କଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିବାବେଳେ ଦିଲ୍ଲୀ ପୁଲିସ କହିଛି ଯେ, ଗତ କିଛି ଦିନ ହେବ ପାରିବାରିକ କାରଣ ଯୋଗୁଁ ସେ ମାନସିକ ଅବସାଦରେ ଥିଲେ । ତେବେ ପୁଲିସ ତଦନ୍ତ ଜାରି ରଖିଛି ।
ପ୍ରମୁଖ ଖବର
ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ