ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଭାରତର ନୂତନ ନିର୍ବାଚନ କମିଶନର ଦାୟିତ୍ବ ନେଲେ ଗୋଏଲ

0

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍ ଅଧିକାରୀ ଅରୁଣ ଗୋଏଲ ସୋମବାର ଭାରତର ନୂତନ ନିର୍ବାଚନ କମିଶନର ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ପଞ୍ଜାବ କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ଅରୁଣ ଗୋଏଲ ଶନିବାର ନିର୍ବାଚନ କମିଶନର ଭାବରେ ନିଯୁକ୍ତ ହୋଇଥିଲେ।

ସୂଚନାଯୋଗ୍ୟ; ନୂତନ ନିର୍ବାଚନ କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ ପଞ୍ଜାବ କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ଅରୁଣ ଗୋଏଲ । ଅରୁଣ ଗୋଏଲ ଶୁକ୍ରବାର ଦିନ ହେଭି ଇଣ୍ଡଷ୍ଟ୍ରିଜ୍ ସଚିବ ପଦରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି। ସେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ ସହ ଯୋଗଦେବେ।। ଶନିବାର ଦିନ ଆଇନ ମନ୍ତ୍ରାଳୟ ନୂତନ ନିର୍ବାଚନ ଆୟୁକ୍ତ ଭାବେ ଗୋଏଲଙ୍କ ନାଁରେ ମୋହର ମାରି ବିଜ୍ଞପ୍ତି ପ୍ରକାଶ କରିଥିଲା  ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଛନ୍ତି  । ୧୯୮୫ ବ୍ୟାଚ ଆଇଏଏସ୍ ଅଧିକାରୀ ଅରୁଣ ଗୋଏଲ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ସହ ନିର୍ବାଚନ ପ୍ୟାନେଲରେ ସାମିଲ ହେବେ। ଗତ ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଥିଲେ ଗୋଏଲ। ଅବସରର ୪୦ ଦିନ ପୂର୍ବରୁ ସେ ଇସ୍ତଫା ଦେଇଥିଲେ ।

Leave A Reply

Your email address will not be published.