ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ବିଦେଶ ଯାତ୍ରୀଙ୍କୁ ଭରିବାକୁ ପଡିବନି ଏୟାର ସୁବିଧା ଫର୍ମ

0

ନୂଆଦିଲ୍ଲୀ: ବିଦେଶ ଯାତ୍ରୀମାନଙ୍କ ପାଇଁ ଏୟାର ସୁବିଧା ଫର୍ମ ପୂରଣ କରିବା ସର୍ତ୍ତକୁ ରଦ୍ଦ କରିଛନ୍ତି କେନ୍ଦ୍ର ସରକାର। ଏଣିକି ଆବଶ୍ୟକ ନାହିଁ ଏୟାର ସୁବିଧା ଫର୍ମ ପୂରଣ । ଏହି ବ୍ୟବସ୍ଥାକୁ ହଟାଇଛନ୍ତି କେନ୍ଦ୍ର ସରକାର । ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଫର୍ମ ପୂରଣ ଏହି ବ୍ୟବସ୍ଥାରେ ଥିଲା ବାଧ୍ୟତାମୂଳକ । କୋଭିଡ ସଂକ୍ରମଣ ପରଠାରୁ ବଳବତ୍ତର ଥିଲା ନିୟମ । ଭାରତ ଆସିବାକୁ ଥିବା ଯାତ୍ରୀମାନେ କୋଭିଡ ଟିକାକରଣ ନେଇ ଏକ ଆତ୍ମଘୋଷିତ ଫର୍ମ ପୂରଣ ଲାଗି ବ୍ୟବସ୍ଥା ଥିଲା । ଏଥିଲାଗି ସେମାନେ ଏୟାର ସୁବିଧା ପୋର୍ଟାଲ ପୂରଣ କରିବାକୁ ପଡୁଥିଲା । ତେବେ ବର୍ତ୍ତମାନ ଠାରୁ ଏହି ନିୟମକୁ ହଟାଇ ଦିଆଯାଇଛି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନାଯୋଗ୍ୟ; ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୋମବାର ସନ୍ଧ୍ୟାରେ ଏକ ବିଜ୍ଞପ୍ତିରେ କହିଛନ୍ତି ଯେ, ବିଶ୍ୱ ତଥା ଜାତୀୟ ସ୍ତରରେ କୋଭିଡ -୧୯ ମାମଲାଗୁଡ଼ିକର କ୍ରମାଗତ ହ୍ରାସକୁ ଦୃଷ୍ଟିରେ ରଖି ଏବଂ କୋଭିଡ -୧୯ ଟୀକାକରଣ କଭରେଜରେ ଉଲ୍ଲେଖନୀୟ ଅଗ୍ରଗତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ‘ଆନ୍ତର୍ଜାତୀୟ ଆଗମନ ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ’ ଜାରି କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଅନଲାଇନ୍ ଏୟାର ସୁଭିଧା ପୋର୍ଟାଲରେ ସେଲ୍ଫ-ଡିକ୍ଳାରେସନ୍‌ ଫର୍ମ ଦାଖଲକୁ ବନ୍ଦ କରି ଦିଆଯାଇଛି। ” ତଥାପି, ମନ୍ତ୍ରଣାଳୟ ଆହୁରି କହିଛି- ‘କୋଭିଡ -୧୯ ର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ହେଲେ ଏହି ନିୟମର ସମୀକ୍ଷା କରାଯାଇପାରେ।’

Leave A Reply

Your email address will not be published.