ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ସ୍ମାର୍ଟ ଫୋନ୍ ବ୍ୟବହାର ନେଇ ଲାଗିଲା କଟକଣା

0

ପୁରୀ; ଶ୍ରୀମନ୍ଦିରରେ ସ୍ମାର୍ଟ ଫୋନ୍ ବ୍ୟବହାର ନେଇ ଲାଗିଲା କଟକଣା । ଏଣିକି ଜଗନ୍ନାଥଙ୍କ ମନ୍ଦିର ଭିତରକୁ ପୁଲିସ କର୍ମଚାରୀ ସ୍ମାର୍ଟ ଫୋନ ନେଇ ଯାଇପାରିବେ ନାହିଁ । ଏନେଇ ପୁରୀ ଏସପି କଡ଼ା ନିର୍ଦେଶ ଦେଇଥିବା ସୂଚନା ମିଳିଛି । ଶ୍ରୀମନ୍ଦିରରେ ପ୍ରବେଶ ଏବଂ ଡିୟୁଟି ସମୟରେ, ପୁଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଥିବା ବେଳେ ବିଶେଷ କାର୍ଯ୍ୟରେ ନିୟୋଜିତ ଏବଂ ଆପାତକାଳୀନ ସେବାରେ ନିଯୁକ୍ତି ଥିବା କିଛି ଅଧିକାରୀଙ୍କୁ ଏଥିରୁ ବାଦ୍ ଦିଆଯାଇଛି ।

ତେବେ ଆଜିଠାରୁ ଶ୍ରୀମନ୍ଦିରରେ କର୍ତ୍ତବ୍ୟରତ ପୁଲିସଙ୍କ ସ୍ମାର୍ଟଫୋନ ବ୍ୟବହାର ଉପରେ କଟକଣା ଲାଗିଛି । ସୂଚନା ଅନୁଯାୟୀ, ବିଭିନ୍ନ ସମୟରେ ଶ୍ରୀମନ୍ଦିର ଭିତରେ ମାଳମାଳ ସ୍ମାର୍ଟ ଫୋନ ପ୍ରବେଶକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ସ୍ମାର୍ଟ ଫୋନର ବ୍ୟବହାର ଯୋଗୁଁ ପୁଲିସ କର୍ମୀମାନେ ଡ୍ୟୁଟିରେ ଖିଲାପ କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା । ତେଣୁ ପୁରୀ ଏସପିଙ୍କ ନିର୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ଭିତରେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ମୋବାଇଲ ବ୍ୟବହାର ଉପରେ କଟକଣା ଲାଗିଛି।

Leave A Reply

Your email address will not be published.