ପ୍ରମୁଖ ଖବର

ଅଣ ସେବାୟତଙ୍କୁ ରଥ ଉପର ମନା, ଚଢ଼ିଲେ ହେବେ ଗିରଫ
ଡିଏନଏରୁ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ
ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ : ଜି-୭ ସମ୍ମିଳନୀରେ ଦେବେ ଯୋଗ
ଭୁଶୁଡିଲା ଇନ୍ଦ୍ରାୟଣୀ ନଦୀର ବ୍ରିଜ୍‌, ଭାସିଗଲେ ୨୦ ପର୍ଯ୍ୟଟକ
କେବଳ ଯାତ୍ରୀ ନୁହେଁ ମେଡ଼ିକାଲ ଛାତ୍ରଙ୍କ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କଲା ଟାଟା ଗ୍ରୁପ
କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ୭ ମୃତ

କ୍ୟାପିଟାଲ ହସ୍ପିଟାଲର ଓପିଡି ଚିକିତ୍ସା ସମୟରେ ପରିବର୍ତ୍ତନ

0

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ସକାଳ ୯ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ ଓପିଡି । ଅପରାହ୍ନରେ ୧ଟା ଠାରୁ ୨ଟା ପର୍ଯ୍ୟନ୍ତ କେବଳ ଘଣ୍ଟାଏ ଭୋଜନ ବିରତି ପାଇଁ ବନ୍ଦ ରହିବ। ତେବେ ନିର୍ଦ୍ଧାରିତ ସମୟର ୩୦ମିନିଟ ପୂର୍ବରୁ ଅର୍ଥାତ୍ ସକାଳ ସାଢେ ୮ଟା ଠାରୁ ସାଢେ ୧୨ଟା ଓ ଅପରାହ୍ନରେ ପୁଣି ସାଢେ ଗୋଟେ ଠାରୁ ସାଢେ ୪ଟା ପର୍ଯ୍ୟନ୍ତ ରୋଗୀଙ୍କ ପଞ୍ଜିକରଣ ହୋଇପାରିବ ।

ସେହିଭଳି ରକ୍ତ ନମୁନା ସଂଗ୍ରହ ଓ ପରୀକ୍ଷା ଓପିଡି ସମୟ ପ୍ରକାରେ ଖୋଲା ରହିବ । ସପ୍ତାହର ସମସ୍ତ ଦିନ ଏହି ସୁବିଧା ଉପଲବ୍ଧ ହେବ । ତେବେ ଜରୁରୀକାଳୀନ ଚିକିତ୍ସା ୨୪ଘଣ୍ଟା ଉପଲବ୍ଧ ହେବ । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶନାମା ପରେ ଏହି ସମୟସୂଚୀରେ ପରିବର୍ତ୍ତନ କରାଯାଇଛି ।

ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି ବ୍ୟବସ୍ଥା ପୂର୍ବରୁ ଲାଗୁ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଚଳିତ ଶିକ୍ଷାବର୍ଷରୁ ପିଜି କୋର୍ସ ଖୋଲିବା ସହ ଏହା PGIMER ଏବଂ କ୍ୟାପିଟାଲ ହସ୍ପିଟାଲରେ ପରିଣତ ହୋଇଥିବାରୁ ଏହି ନିୟମରେ ପରିବର୍ତ୍ତନ କରାଯାଇଛି ।

Leave A Reply

Your email address will not be published.