ପ୍ରମୁଖ ଖବର

ଆଇଇଡି ବୋମା ବିସ୍ଫୋରଣରେ ଯବାନ ଶହୀଦ, ଦୁଇ ଗୁରୁତର
ଓଲଟିଲା ଯାତ୍ରୀବାହୀ ବସ୍‌ : କଣ୍ଡକ୍ଟର ମୃତ, ୧୫ ଆହତ
ବିଜେପିରେ ମିଶିଲେ ଜୟ ଢୋଲକିଆ
ଓଡ଼ିଶାରେ ବଡ ମାଛ ମାର୍କେଟ ସହ ଧନ-ଧାନ୍ୟ କୃଷି ଯୋଜନା ଶୁଭାରମ୍ଭ କଲେ ମୋଦି

ଆରମ୍ଭ ହୋଇଯାଇଛି ଗୁଜୁରାଟରେ ପ୍ରଥମ ପର୍ଯ୍ୟାୟ ମତଦାନ

0

ଗାନ୍ଧୀନଗର: ଆଜି ଗୁଜୁରାଟ ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ । ୮୯ ଆସନରେ  ଭାଗ୍ୟ ପରୀକ୍ଷା କରୁଛନ୍ତି ୭୮୮ ଜଣ ପ୍ରାର୍ଥୀ। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ୧୪ ହଜାର ୩୮୨ଟି ମତଦାନ କେନ୍ଦ୍ରରେ ନିଜର ମତ ସାବ୍ୟସ୍ତ କରିବେ ଜନତା । ପ୍ରଥମ ପର୍ଯ୍ୟାୟ ମତଦାନରେ ୨ କୋଟି ୩୯ ଲକ୍ଷ ୭୬ ହଜାର ୬୭୦ ଭୋଟର ଭୋଟ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ୧୯ ଜିଲ୍ଲାରେ ଭୋଟ ଗ୍ରହଣ ପାଇଁ ୨୫ ହଜାର ୪୪୩ ମତଦାନ କେନ୍ଦ୍ର କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ମତଦାନ ସାରିବାକୁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।

ତେବେ ୨୦୧୭ ସାଧାରଣ ନିର୍ବାଚନରେ ଏହି ୮୯ଟି ସିଟରେ ବିଜେପି ୪୮ ଟି ଜିତିଥିବା ବେଳେ କଂଗ୍ରେସ ୪୦ଟି ଆସନ ଅକ୍ତିଆର କରିଥିଲା ଏବଂ ଗୋଟିଏ ସିଟ ସ୍ବାଧୀନ ପ୍ରାର୍ଥୀଙ୍କ ନିକଟକୁ ଯାଇଥିଲା।

Leave A Reply

Your email address will not be published.