ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ଜଳଶକ୍ତି ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟ ହ୍ୟାକ

0

ନୂଆଦିଲ୍ଲୀ; ସାଇବର ଠକଙ୍କ ଟାର୍ଗେଟରେ ସରକାରୀ ସଂସ୍ଥା । ଗତ ସପ୍ତାହରେ ଦିଲ୍ଲୀ ଏମ୍ସର ସର୍ଭର ହ୍ୟାକ କରିବା ପରେ ଏବେ ଜଳଶକ୍ତି ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟକୁ ହ୍ୟାକ କରିଛନ୍ତି ହ୍ୟାକର ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ହିଁ ମନ୍ତ୍ରଣାଳୟର ଅଫିସିଆଲ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ କରାଯାଇଥିଲା। ଏହାପରେ କିଛି ସନ୍ଦେହଜନକ ବିଷୟବସ୍ତକୁ ମନ୍ତ୍ରଣାଳୟ ଆକାଉଣ୍ଟରେ ପୋଷ୍ଟ କରାଯାଇଥିଲା। କ୍ରିପ୍ଟୋ ସଂସ୍ଥା ସୁଇ ୱାଲେଟର ପ୍ରଚାର କରି ଭୋର ୫.୩୮ରେ ଗୋଟିଏ ପୋଷ୍ଟ ଆକାଉଣ୍ଟରୁ କରାଯାଇଥିଲା। ଆକାଉଣ୍ଟର ପ୍ରୋଫାଇଲ ପିକଚରରେ ପୂର୍ବରୁ ଭାରତର ପତାକା ରହିଥିଲା।

କିନ୍ତୁ ଆଜି ସକାଳୁ ସୁଇ ଲୋଗୋ ମଧ୍ୟ ଲାଗିଥିଲା। ସେହିପରି କଭର ପିକଚରରେ ମଧ୍ୟ ସୁଇର ଫଟୋ ଓ ଲୋଗ ଦେଖିବାକୁ ମିଳିଥିଲା। ଏହାଛଡ଼ା ବିଭିନ୍ନ ଅଜଣା ଆକାଉଣ୍ଟକୁ ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟରୁ ଟ୍ୟାଗ ମଧ୍ୟ କରାଯାଇଥିଲା। ତେବେ କିଛି ସମୟ ପରେ ସବୁ କିଛି ଡିଲିଟ ହୋଇଥିଲା ଓ ଏହାପୁଣି ସ୍ୱାଭାବିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା। ଏବେ ସୁରକ୍ଷା ଏଜେନ୍ସି ଓ ସାଇବର ବିଶେଷଜ୍ଞମାନେ ଘଟଣାର ତଦନ୍ତ ଆରମ୍ଭ କରଛନ୍ତି।

Leave A Reply

Your email address will not be published.