ପ୍ରମୁଖ ଖବର

ଅଣ ସେବାୟତଙ୍କୁ ରଥ ଉପର ମନା, ଚଢ଼ିଲେ ହେବେ ଗିରଫ
ଡିଏନଏରୁ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ
ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ : ଜି-୭ ସମ୍ମିଳନୀରେ ଦେବେ ଯୋଗ
ଭୁଶୁଡିଲା ଇନ୍ଦ୍ରାୟଣୀ ନଦୀର ବ୍ରିଜ୍‌, ଭାସିଗଲେ ୨୦ ପର୍ଯ୍ୟଟକ
କେବଳ ଯାତ୍ରୀ ନୁହେଁ ମେଡ଼ିକାଲ ଛାତ୍ରଙ୍କ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କଲା ଟାଟା ଗ୍ରୁପ
କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ୭ ମୃତ

ଜଳଶକ୍ତି ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟ ହ୍ୟାକ

0

ନୂଆଦିଲ୍ଲୀ; ସାଇବର ଠକଙ୍କ ଟାର୍ଗେଟରେ ସରକାରୀ ସଂସ୍ଥା । ଗତ ସପ୍ତାହରେ ଦିଲ୍ଲୀ ଏମ୍ସର ସର୍ଭର ହ୍ୟାକ କରିବା ପରେ ଏବେ ଜଳଶକ୍ତି ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟକୁ ହ୍ୟାକ କରିଛନ୍ତି ହ୍ୟାକର ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ହିଁ ମନ୍ତ୍ରଣାଳୟର ଅଫିସିଆଲ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ କରାଯାଇଥିଲା। ଏହାପରେ କିଛି ସନ୍ଦେହଜନକ ବିଷୟବସ୍ତକୁ ମନ୍ତ୍ରଣାଳୟ ଆକାଉଣ୍ଟରେ ପୋଷ୍ଟ କରାଯାଇଥିଲା। କ୍ରିପ୍ଟୋ ସଂସ୍ଥା ସୁଇ ୱାଲେଟର ପ୍ରଚାର କରି ଭୋର ୫.୩୮ରେ ଗୋଟିଏ ପୋଷ୍ଟ ଆକାଉଣ୍ଟରୁ କରାଯାଇଥିଲା। ଆକାଉଣ୍ଟର ପ୍ରୋଫାଇଲ ପିକଚରରେ ପୂର୍ବରୁ ଭାରତର ପତାକା ରହିଥିଲା।

କିନ୍ତୁ ଆଜି ସକାଳୁ ସୁଇ ଲୋଗୋ ମଧ୍ୟ ଲାଗିଥିଲା। ସେହିପରି କଭର ପିକଚରରେ ମଧ୍ୟ ସୁଇର ଫଟୋ ଓ ଲୋଗ ଦେଖିବାକୁ ମିଳିଥିଲା। ଏହାଛଡ଼ା ବିଭିନ୍ନ ଅଜଣା ଆକାଉଣ୍ଟକୁ ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟରୁ ଟ୍ୟାଗ ମଧ୍ୟ କରାଯାଇଥିଲା। ତେବେ କିଛି ସମୟ ପରେ ସବୁ କିଛି ଡିଲିଟ ହୋଇଥିଲା ଓ ଏହାପୁଣି ସ୍ୱାଭାବିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା। ଏବେ ସୁରକ୍ଷା ଏଜେନ୍ସି ଓ ସାଇବର ବିଶେଷଜ୍ଞମାନେ ଘଟଣାର ତଦନ୍ତ ଆରମ୍ଭ କରଛନ୍ତି।

Leave A Reply

Your email address will not be published.