ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଭୂକମ୍ପରେ ଥରିଲା ବଙ୍ଗୋପସାଗର

0

ବାଂଲାଦେଶ; ବଙ୍ଗୋପସାଗରରେ ଭୂମିକମ୍ପ । ଆଜି ସକାଳେ ବଙ୍ଗୋପସାଗରରେ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ୫.୧ ତୀବ୍ରତା ଭୂକମ୍ପରେ ଥରିଲା ବାଂଲାଦେଶର ଢାକା । ଆଜି ସକାଳ ୮ଟା ୩୨ ମିନିଟରେ ଢାକା ସହ ବାଲାଂଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ହୋଇଛି । ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି ପକ୍ଷରୁ ଏହି ସୂଚନା ମିଳିଛି।

ତେବେ ଏହି ଭୂକମ୍ପ କେନ୍ଦ୍ରସ୍ଥଳୀ ଥିଲା ବଙ୍ଗୋପସାଗର । ପୁରୀରୁ ୪୨୧ କିଲୋମିଟର ପୂର୍ବ ଓ ଭୁବନେଶ୍ୱରରୁ ୪୩୪ କିଲୋମିଟର ପୂର୍ବ ଦକ୍ଷିଣ ପୂର୍ବ ଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ । ସେହିପରି ପଶ୍ଚିମବଙ୍ଗର ହଳଦିଆରୁ ୩୭୦ କିଲୋମିଟର ଦୂର ଦକ୍ଷିଣ ଦକ୍ଷିଣ ପୂର୍ବ, କୋଲକାତାରୁ ୪୦୯ କିଲୋମିଟର ଦକ୍ଷିଣ ଦକ୍ଷିଣ ପୂର୍ବ ଥିଲା ଭୂକମ୍ପର ଉତ୍ପତ୍ତିସ୍ଥଳ । ତ୍ରିପୁରାର ବେଲୋନିଆରୁ ୪୮୯ କିଲୋମିଟର ଦକ୍ଷିଣ ଦକ୍ଷିଣ ପଶ୍ଚିମରେ କେନ୍ଦ୍ରସ୍ଥଳୀ ରହିଥିଲା । ଏହା ବଙ୍ଗୋପସାଗରର ଭୂଗର୍ଭର ୧୦ କିଲୋମିଟର୍‌ ଆଭ୍ୟନ୍ତରରେ ଏହି ଭୂମିକମ୍ପ ସଂଘଠିତ ହୋଇଛି।

ଏହାର ପ୍ରଭାବ ଆଜି ବାଂଲାଦେଶର ଢାକା ଏବଂ ଦେଶର ଅନ୍ୟ ଅଞ୍ଚଳରେ ଅନୁଭୂତ ହୋଇଛି । ଆଜି ସକାଳ ୯ଟା ୫ରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ଆମେରିକାର ଭୂବିଜ୍ଞାନ ଗବେଷଣା କେନ୍ଦ୍ର ପକ୍ଷରୁ କୁହାଯାଇଛି । ତେବେ ଏଥିରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳି ନାହିଁ । ସେହିପରି ଭୂକମ୍ପ ଯୋଗୁ ସୁନାମି ଭୟ ଅଛି କି ନାହିଁ ସେ ସମ୍ପର୍କରେ ମଧ୍ୟ ସୂଚନା ଜଣାପଡ଼ି ନାହିଁ।

Leave A Reply

Your email address will not be published.