ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଭୂସ୍ଖଳନରେ ଦବିଗଲା ବସ୍, ୩୩ ଜଣଙ୍କ ମୃତ୍ୟୁ

0

କଲମ୍ବିଆ; ପ୍ରବଳ ବର୍ଷା ଯୋଗୁଁ କଲମ୍ବିଆର ରିସାରାଲ୍ଡ ଅଞ୍ଚଳରେ ଭୂସ୍ଖଳନ ହୋଇଛି । ପୁଏଲବୋ ରିକୋ ଓ ସୋସିଲିଆ ଗାଁ ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ଏହି ଭୂସ୍ଖଳନ ହୋଇଛି । ମାଟି ତଳେ ବସ୍ ଚାପି ହୋଇଯିବାରୁ ୩୩ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ଜଣ ଶିଶୁ ଥିବା ଜଣାପଡ଼ିଛି । ସେହିପରି ମାଟିତଳେ ଦବି ଯାଇଥିବା ବସ୍ ଭିତରୁ ୯ଜଣଙ୍କୁ ଉଦ୍ଧାର କରାଯାଇଛି, ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏବେବି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଅଧିକାରୀଙ୍କ କହିବା ଆନୁଯାୟୀ, ବସରେ ପ୍ରାୟ ୨୫ଜଣ ଯାତ୍ରୀ ଥିଲେ। ଏହି ସମୟରେ ଭୂସ୍ଖଳନ ହୋଇଥିଲା। ଡ୍ରାଇଭର ଲୋକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ସ୍ଥାନୀୟ ପୁଲିସ ଓ ଉଦ୍ଧାରକାରୀ ଘଟଣାସ୍ଥଳରେ ପହଞ୍ଚି ମାଟି ତଳେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି। ସେହିପରି ଭୂସ୍ଖଳନ ଯୋଗୁଁ ଏକ ବାଇକ୍‌ରେ ଯାଉଥିବା ଦୁଇ ଜଣ ବ୍ୟକ୍ତି ମଧ୍ୟ ନିଖୋଜ ଅଛନ୍ତି । ସୂଚନା ଅନୁଯାୟୀ, ଅଗଷ୍ଟରେ ଆରମ୍ଭ ହୋଇଥିବା ବର୍ଷା ହେତୁ କଲମ୍ବିଆ ଗତ ୪୦ ବର୍ଷ ମଧ୍ୟରେ ସବୁଠାରୁ ଖରାପ ପାଗ ଦେଇ ଗତି କରୁଛି । ବର୍ଷା ଯୋଗୁ ଭିନ୍ନ ଭିନ୍ନ ଦୁର୍ଘଣାରେ ଏପର୍ଯ୍ୟନ୍ତ ୨୭୦ ଜଣଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.