ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ରାଗିଂ ଅଭିଯୋଗରେ ୭ ଛାତ୍ର ସସପେଣ୍ଡ

0

ବ୍ରହ୍ମପୁର; ବ୍ରହ୍ମପୁର ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଅଭିଯୋଗ । ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବିଦ୍ୟାଳୟର ଆଣ୍ଟି ରାଗିଂ କମିଟି । ରାଗିଂ ଅଭିଯୋଗରେ ୭ ଜଣ ଛାତ୍ରଙ୍କୁ ସସପେଣ୍ଡ କରିଛନ୍ତି ବିଦ୍ୟାଳୟର ଅଧ୍ୟକ୍ଷ । ତେବେ ବିଦ୍ୟାଳୟର ଆଣ୍ଟି ରାଗିଂ କମିଟିର ତଦନ୍ତ ରିପୋର୍ଟ ଆଧାରରେ ଅଧ୍ୟକ୍ଷ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ସୂଚନାଯୋଗ୍ୟ ଯେ, ଖଲ୍ଲିକୋଟ ଜୁନିୟର କଲେଜର ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଥିଲା । ଦ୍ୱିତୀୟ ବର୍ଷର କିଛି ଛାତ୍ର କଲେଜ କ୍ୟାମ୍ପସ ଭିତରେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ହଇରାଣ କରୁଥିଲେ। ଏମିତିକି ସମ୍ପୃକ୍ତ ଛାତ୍ରୀଙ୍କୁ ଉକ୍ତ ଛାତ୍ରମାନେ ପିଛା କରିବା ସହ କ୍ଲାସକୁ ଯିବା ବେଳେ ବି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ । ଏନେଇ କିଛି ଛାତ୍ରୀ ସେମାନଙ୍କୁ ରାଗିଂ କରାଯାଉଥିବା ନେଇ ନଭେମ୍ବର ୧୯ ତାରିଖରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ୭ଜଣ ଛାତ୍ରଙ୍କୁ ସବୁଦିନ ପାଇଁ କ୍ୟାମ୍ପସରୁ ସସପେଣ୍ଡ କରାଯାଇଛି ।

ଆଣ୍ଟି ରାଗିଂ କମିଟିର ସୁପାରିସ ଅନୁସାରେ କଲେଜ ଅଧ୍ୟକ୍ଷ ଏପରି ନିର୍ଦ୍ଦେଶ ଜାରି କରିଛନ୍ତି । ଯଦି ସେମାନେ କ୍ୟାମ୍ପସକୁ ଆସନ୍ତି ପୁଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ନୋଟିସରେ ଉଲ୍ଲେଖ ରହିଛି । ଅନ୍ୟପକ୍ଷରେ ରାଗିଂ କରିଥିବା ଛାତ୍ରମାନେ ଯଦି ଫର୍ମ ଫିଲ୍ ଅପ୍ କରିଛନ୍ତି ତେବେ ପରୀକ୍ଷା ଦେଇପାରିବେ ବୋଲି କଲେଜ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

କିଛିଦିନ ପୂର୍ବେ ରାଗିଂ ଅଭିଯୋଗରେ କେନ୍ଦୁଝରର ଓଡ଼ିଶା ସ୍କୁଲ ଅଫ୍ ମାଇନିଂ କର୍ତ୍ତୃପକ୍ଷ ୮୨ ଛାତ୍ରଙ୍କୁ ୮୨ ହଜାର ଟଙ୍କା ଫାଇନ ପକାଇଥିଲେ। କେନ୍ଦୁଝରର ଓଡ଼ିଶା ସ୍କୁଲ ଅଫ୍ ମାଇନିଂ କର୍ତ୍ତୃପକ୍ଷ ଏହି ଫାଇନ୍‌ କରିଥିଲେ । ଏହାସହ ସମ୍ପୃକ୍ତ ଛାତ୍ରମାନଙ୍କୁ ଲାଇବ୍ରେରୀରୁ ବହି ମଧ୍ୟ ଦିଆଯିବନି ବୋଲି କୁହାଯାଇଥିଲା।

Leave A Reply

Your email address will not be published.